ଜୟପୁର: ଆସନ୍ତା ଜାନୁଆରି ୨୨ ତାରିଖରେ ବହୁ ପ୍ରତିକ୍ଷୀତ ଭବ୍ୟ ଶ୍ରୀ ରାମମନ୍ଦିର ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଅଛି। ସେଦିନର କାର୍ଯ୍ୟକ୍ରମକୁ ସ୍ମରଣୀୟ ଓ ଆଧ୍ୟାତ୍ମିକତାମୟ କରିବା ପାଇଁ ଶ୍ରୀରାମ ନବମୀ ପାଳନ ସମିତିଓ ହିନ୍ଦୁ ସମାଜ ପକ୍ଷରୁ ଚୈତନ୍ୟ ମନ୍ଦିର ପରିସରରେ ଦ୍ବିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
୨୨ତାରିଖ ଦିନ ପାରାବେଡ଼ା ଝାଙ୍କର ଦେଇ ମନ୍ଦିରରୁ ଶୋଭାଯାତ୍ରା ବାହାରି ରଜାନଗର ରଘୁନାଥ ମନ୍ଦିର ପର୍ଯ୍ୟନ୍ତ କରାଯିବ। ଶୋଭାଯାତ୍ରାରେ ଅଧ୍ୟାତ୍ମିକତାମୟ କରିବା ପାଇଁ ନାମସଂକୀର୍ତ୍ତନ କରାଯିବ। ଆବାହକ ନିରଂଜନ ପାଣିଗ୍ରାହୀ ବୈଠକକୁ ସଂଯୋଜନା କରିଥିବା ବେଳେ ରଜନୀକାନ୍ତ ନାୟକ, ସତୀଶ ନନ୍ଦ, ଲଲିତ ଅଗ୍ରୱାଲ, ସନ୍ଦୀପ ଦଳାଇ, ସଂଯୋଜକ ବରୁଣ ଜୈନ ଓ ନିଖିଲ ସାହୁ ସହଯୋଗ କରିଥିଲେ। ଏହି ବୈଠକରେ ସହରର ବିଭିନ୍ନ ମନ୍ଦିର ପରିଚାଳନା କମିଟିର ସଦସ୍ୟ, ବରିଷ୍ଠ ନାଗରିକ, ବିଭିନ୍ନ ସଂଘର ସଭ୍ୟ, ସିୱା, ଗାୟତ୍ରୀ ପରିବାର, ବିଶ୍ବହିନ୍ଦୁ ପରିଷଦ, ଇସ୍କନ, ଆରଏସଏସ୍ ଆଦିର କର୍ମକର୍ତ୍ତା ମାନେ ଭାଗ ନେଇଥିଲେ।