ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ରହିଛି ପୂରା ପ୍ରସ୍ତୁତ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡାଯାତ୍ରାକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ନିଳାଦ୍ରୀ ଭକ୍ତ ନିବାସରେ ଏହି ସମୀକ୍ଷା ବୈଠକ ବସିଥିଲା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ହୋଇଥିଲା। । ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ କିପରି ଶେଷ ହେବ ସେନେଇ ସବୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ।

ଶ୍ରୀମନ୍ଦିର ପ୍ରଶାସକ କହିଲେ, କୋଭିଡ କଟକଣା ଭିତରେ ସମ୍ପୂର୍ଣ୍ଣ ହେବ ସମସ୍ତ ନୀତିକାନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ସଂଧ୍ୟା ଦର୍ଶନ ପର୍ଯ୍ୟନ୍ତ ସମସ୍ତ ପ୍ରଶାସନିକ କାର୍ଯ୍ୟ ସହିତ ପୁଲିସର ଏନଫୋର୍ସମେଣ୍ଟ ଉପରେ ସମୀକ୍ଷା ହୋଇଛି ।

ବୈଠକରେ ବାହୁଡାଯାତ୍ରା ପ୍ରସ୍ତୁତି ଉପରେ ବିସ୍ତୁତ ଆଲୋଚନା କରାଯାଇଛି । ସେପଟେ ଆଜି ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ରହିଛି। ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଏହା ଜନ୍ମବେଦୀରେ ଶେଷ ଦର୍ଶନ ।

ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବା ବେଳେ ଏଥର କରୋନା କଟକଣା ଯୋଗୁଁ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି । ରାତି ୧୦ଟା ଭିତରେ ଏହି ନୀତିକୁ ସମ୍ପନ୍ନ କରି ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର