୨୭ ସେପ୍ଟମ୍ବର ଭାରତବନ୍ଦ ପାଇଁ ବାମପନ୍ଥୀ ଦଳର ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଓ ବାମଦଳ ଗୁଡ଼ିକ ପକ୍ଷରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦର ଡାକରା ଦିଆଯାଇଛି। ଏହାକୁ କଂଗ୍ରେସ ସମର୍ଥନ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାରେ ଭାରତବନ୍ଦକୁ କିଭଳି ସଫଳ କରାଯିବ ସେନେଇ ଆଜି ଉକ୍ତ ଦଳ ଗୁଡ଼ିକ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିପିଏମ୍ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାରଙ୍କ କୃଷି ଆଇନ, ଶ୍ରମ ଆଇନ, ବିଦ୍ୟୁତ୍ ଆଇନ, ଜାତୀୟ ଶିକ୍ଷାନୀତି-୨୦୨୦, ଘରୋଇ କରଣକୁ ବିରୋଧ କରାଯାଇଥିଲା। ଏହାକୁ ବିରୋଧ କରି ୨୭ ତାରିଖରେ ହେବାକୁ ଥିବା ଭାରତବନ୍ଦକୁ ସଫଳ କରିବା ପାଇଁ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଓଡ଼ିଶା କୃଷକ ସଭା, ସିଟୁ, ଏଆଇୟୁଟିସି, ଗୁପ୍ତା ପାୱାର ଶ୍ରମିକ ସଂଗଠନ, ଡିଏସ୍ଓର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦୋକାନ ବଜାର ସମ୍ମୁଖରେ ପିକେଟିଂ କରିବା ଅପରାହ୍ନରେ ରାଲି ଓ ବନ୍ଦ ନେଇ ଜନସଚେତନତା ସୃଷ୍ଟି କରିବାକୁ ସିପିଆଇଏମ୍ ଜିଲ୍ଲା ସମ୍ପାଦକ ଅନନ୍ତ ମଙ୍ଗରାଜ, କିଶୋର ପରମଗୁରୁ, ଗିରୀଶ ଚନ୍ଦ୍ର ମହାରଣା, ଜୟନ୍ତ ମହାନ୍ତି, ଯୋଗେନ୍ଦ୍ର ଦାସ, ସାରଙ୍ଗଧର ବେହେରା ଓ ଶୈଳେଶ ବଳିଆରସିଂହ ପ୍ରମୁଖ ମତ ଦେଇଥିଲେ।

ସମ୍ବନ୍ଧିତ ଖବର