ଭଞ୍ଜନଗର: ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଚକରା ବିଷୋୟୀଙ୍କ ୨୦୦ତମ ଜନ୍ମଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଚକରା ବିଷୋୟୀ ସାଂସ୍କୃତିକ କ୍ରିୟାନୁଷ୍ଠାନ କମିଟିର ସଭାପତି ଜଗବନ୍ଧୁ ଜେନା, ଏମପି ପ୍ରତିନିଧି ପଞ୍ଚାନନ ପାଳ, ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଳପାଣି ଶତପଥୀ, ଏସ୍ଡିପିଆର୍ଓ ଗୌରୀ ଶଙ୍କର ଶତପଥୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଏହା ଆସନ୍ତା ଜାନୁୟାରୀ ୧ ତାରିଖ ଦିନ ବାଇପାସ ଠାରେ ଥିବା ଚକରା ବିଷୋୟୀ ଛକ ଠାରେ ଅପରାହ୍ନରେ ଅନୁଷ୍ଠିତ ହେବ। ଏହି ଜୟନ୍ତୀକୁ ସରସ ସୁନ୍ଦର କରି ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।