ରାୟଗଡା: ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ସହିଦଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦିଆଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି। ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ପ୍ରବକ୍ତା ଅଭୟ ଏହି ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ୧୯୬୭ରୁ ଆରମ୍ବ ହୋଇଥିବା ନକ୍ସଲ ବାରି ସଂଗ୍ରାମ ଆଜି ବୁଧବାର ପର୍ଯ୍ୟନ୍ତ ଚାଲିଛି। ଏହି ସମୟ ମଧ୍ୟରେ ଆମ ସଙ୍ଗଠନର ୧୪,୮୦୦ ନକ୍ସଲ ସହିଦ ହୋଇଥିବା କୁହାଯାଇଛି। ଜନଯୁଦ୍ଧରେ ଲୋକଙ୍କ ସେବା କରିବା ପାଇଁ ଏହି କମ୍ରେଡମାନ ସହିଦ ହୋଇଛନ୍ତି। ମାଓବାଦୀ ପାର୍ଟିର ପ୍ରତିଷ୍ଠାତା ଚାରୁ ମଜୁମଦାର ଏବଂ କହ୍ନେୟା ଚକ୍ରବର୍ତ୍ତୀଙ୍କ ପଥକୁ ସମସ୍ତେ ଅନୁସରଣ କରିବା ବୋଲି କୁହାଯାଇଛି। ସହିଦଙ୍କ ମଧ୍ୟରୁ ୧,୧୬୯ ଜଣ ମହିଳା କମ୍ରେଡ ରହିଥିବା ପ୍ରବକ୍ତା ଅଭୟ କହିଛନ୍ତି। ତେବେ ସିପିଆଇ (ମାଓବାଦୀ) ପାର୍ଟି ହେବାର ୧୮ ବର୍ଷ ମଧ୍ୟରେ କିନ୍ତୁ ୪,୫୭୬ ଜଣ ନକ୍ସଲ ସହିଦ ହୋଇଥିବା କୁହାଯାଇଛି। ପାର୍ଟି ତିଆରି ହେବା ଠାରୁ ସହିଦ ହୋଇଥିବା କମ୍ରେଡ ମାନଙ୍କ ମଧ୍ୟରୁ ୮୫୬ ଜଣ ମହିଳା ମାଓବାଦୀ ରହିଛନ୍ତି। ଆଜି ଆମେ ଶପଥ ନେବା ଯେ ନୂତନ ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ ଶରୀରରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଆମର କମ୍ରେଡ ମାନଙ୍କର ବଳିଦାନ ଭଳି ଆମେ ମଧ୍ୟ ବଳିଦାନ ଦେବା।

Advertisment

କମ୍ରେଡ ଚାରୁ ମଜୁମଦାର ଏବଂ କହ୍ନେୟା ଚକ୍ରବର୍ତ୍ତୀ ଯେଉଁ ଲଢେଇ ଆରମ୍ଭ କରିଥିଲେ ସେଥିରେ ସାମିଲ ହୋଇ ଲୋକଙ୍କ ପାଇଁ କାମ କରିବା। ଭାରତରେ ମାର୍କ୍ସଜିମ, ଲେନିନଜିମ ଏବଂ ମାଓଜିମ ପ୍ରତିଷ୍ଠା କରିବା। ଦରକାର ପଡିଲେ ହାତରେ ବନ୍ଧୁକ ଧରି ସାମ୍ରାଜ୍ୟବାଦ ପ୍ରତିଷ୍ଠା କରୁଥିବା ସଙ୍ଗଠନ ବିରୋଧରେ ଲଢେଇ କରିବା। ପିଏଲଜି ପ୍ରତିଷ୍ଠା କରି ଜନଯୁଦ୍ଧକୁ ଆହୁରି ମଜବୁତ କରାଯାଇ ପାରିଛି। ୪୧ ଜଣ ସେଣ୍ଟ୍ରାଲ କମିଟି ମେମ୍ବର ଏବଂ ଆମର ପ୍ରତିଷ୍ଠାତା ଚାରୁ ମଜୁମଦାର ଏବଂ କହ୍ନେୟା ଚକ୍ରବର୍ତ୍ତୀଙ୍କ ପଥକୁ ଅନୁସରଣ କରିବା ବୋଲି କୁହାଯାଇଛି। ଦେଶରେ ଚାଲିଥିବା ମାଓ ସଙ୍ଗଠନ ଏବଂ ଏହାର କମ୍ରେଡ ମାନଙ୍କ ଜୀବନୀ ବିଷୟରେ ଆମେ ପଢିବା। ତାଙ୍କର ବଳିଦାନ ସମ୍ପର୍କରେ ଜାଣିବା ବୋଲି ଅଭୟ ଲୋକଙ୍କୁ ଆହ୍ବାନ କରିଛି। ଭାରତର ବିଭିନ୍ନ ସ୍ଥାନରେ କମ୍ରେଡ ମାନଙ୍କ ଜୀବନୀ ଇତିହାସ ହୋଇ ରହିଯାଇଛି। ତାକୁ ପୁଣି ଉଜିବିତ କରିବା ପାଇଁ ଆହ୍ବାନ କରାଯାଇଛି। ଆସନ୍ତା ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ନକ୍ସଲ ପାଳନ କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏହି ପ୍ରେସ ବିଜ୍ଞପ୍ତି ଜାରି ରକି ସହିଦ ହୋଇଥିବା କମ୍ରେଡଙ୍କୁ ମନେ ପକାଇବାକୁ କୁହାଯାଇଛି।