କୋଇଲା ଉତ୍ପାଦନ ବନ୍ଦକୁ ନେଇ ମାଓବାଦୀର ପ୍ରେସ ବିଜ୍ଞପ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ କୋଇଲା ଉତ୍ପାଦନ କେନ୍ଦ୍ର ସରକାରଙ୍କ ଦ୍ବାରା ବନ୍ଦ କରାଯାଉଥିବାରୁ କୋଇଲା ଉତ୍ପାଦନ କରୁଥିବା ଏସଇସିଏଲ କମ୍ପାନୀ ବନ୍ଦ ହେବାକୁ ଯାଉଛି। ତେଣୁ କେନ୍ଦ୍ର ସରକାରଙ୍କର ଏହି ନୀତିକୁ ବିରୋଧ କରିବା ପାଇଁ ମାଓ ସଂଗଠନର ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟ ପକ୍ଷରୁ ସଚିବ ବିକଳ୍ପ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି। ପ୍ରତି ବର୍ଷ ରାଜ୍ୟରେ ୧୫ କୋଟି ଟୋନ କୋଇଲା ଉତ୍ପାଦନ କରାଯାଉଛି।ସେହିପରି ପ୍ରତି ମାସରେ ଦେଢ ଲକ୍ଷ ଟୋନ କୋଇଲା ପ୍ରଦାନ ବଦଳରେ ୬୦ ଲକ୍ଷ ଟୋନ କୋଇଲା ରାଜ୍ୟର ଷ୍ଟିଲ ଉତ୍ପାଦନ କରୁଥିବା କମ୍ପାନିମାନଙ୍କୁ ପ୍ରଦାନ କରାଯାଉଛି।ଯାହାଫଳରେ କମ୍ପାନୀଗୁଡିକ ଠିକ ସମୟରେ ଷ୍ଟିଲ ଉତ୍ପାଦନ କରିପାରୁ ନାହାନ୍ତି। ଏବେ କେନ୍ଦ୍ର ସରକାର କୋଇଲା ଉତ୍ପାଦନ ବନ୍ଦ କରିବାକୁ ଯାଉଛନ୍ତି, ଯାହାଫଲରେ ହଜାର ହଜାର ଶ୍ରମିକ କାମଧନ୍ଦା ନପାଇ ବେକାର ହେବେ ତେଣୁ କେନ୍ଦ୍ର ସରକାରଙ୍କର ପୁଞ୍ଜିପତି ଏବଂ ସାମ୍ରାଜ୍ୟବାଦୀମାନଙ୍କ ପାଇଁ କରୁଥିବା ନୀତି ନିୟମକୁ ବିରୋଧ କରନ୍ତୁ ବୋଲି ମାଓ ସଂଗଠନ ଦାବିକରିଛି।ଏନେଇ ଶ୍ରମିକମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରିଆସୁଛନ୍ତି। ତେଣୁ ଏହି ଆନ୍ଦୋଳନକୁ ସମସ୍ତେ ସମର୍ଥନ କରନ୍ତୁ ବୋଲି ସଂଗଠନ ଆହ୍ବାନ ଦେଇଛି।

ସମ୍ବନ୍ଧିତ ଖବର