ରାୟଗଡ଼ା: ପ୍ରେସ୍ ୟୁନିୟନ ରାୟଗଡ଼ାର ଅଷ୍ଟମ ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ ଶକ୍ତି ଅନୁଷ୍ଠାନ ଜରାଶ୍ରମରେ ବୃଢ଼ବୃଦ୍ଧାଙ୍କୁ ଫଳ ବଣ୍ଟନ କରାଯାଇଛି। ୟୁନିଅନ ସଭାପତି ମାଉଡ଼ି ବାରିକଙ୍କ ନେତୃତ୍ୱରେ ୟୁନିଅନର ସଭ୍ୟମାନେ ଉପସ୍ଥିତ ରହି ଜରାଶ୍ରମର ବୃଦ୍ଧ ଓ ବୃଦ୍ଧାଙ୍କ ସହ ସମୟ ବିତାଇଥିଲେ।
ରବିବାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ବେଳେ ଆଗାମୀ ଫେବ୍ରୁଆରି ୨୫ ତାରଖରେ ହୋଟେଲ ତେଜସ୍ୱି ଇଣ୍ଟେରନ୍ୟାସନାଲରେ ପ୍ରେସ୍ ୟୁନିଅନର ଅଷ୍ଟମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯିବ ବୋଲି ୟୁନିଅନ ସାଧାରଣ ସମ୍ପାଦକ ଶିବାଜୀ ଦାଶ ପ୍ରକାଶ କରିଛନ୍ତି। ଗତ କିଛି ଦିନ ତଳେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ବିୟୋଗରେ ପ୍ରେସ ୟୁନିୟନ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ କାର୍ଯ୍ୟକ୍ରମକୁ ନିରାଡମ୍ବରଭାବେ ପାଳନ ନେଇ ନିଷ୍ପତ୍ତି ନିଆଯାଇଥିଲା। ଜରାଶ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇପିଲି ସର୍ବେଶ୍ୱର,ସୁମନ୍ତ ମହାରଣା, ମୋନଜ ମିଶ୍ର, ୟୁନିୟନର ଉପଦେଷ୍ଟା ସୁରେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Rgda-press-union-foundation-day.jpg)