ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁରସ୍ଥିତ ଜେଏମ୍ଏମ୍‌ର ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସମ୍ପାଦକ ଦୁବରାଜ ନାଗଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜେଏମଏମ୍ ବିଜ୍ଞପ୍ତି ଜାରି କରିଅଛି ଯେ ଓଡିଶା ସରକାରଙ୍କ ଦ୍ୱାରା ରାଉରକେଲା ଷ୍ଟିଲ ସିଟିରେ ଯେଉଁ ହକି ବିଶ୍ୱକପ୍ ଆୟୋଜନ କରାଯାଉଛି ତାହାକୁ ସ୍ୱାଗତ କରୁଛି। କିନ୍ତୁ ପ୍ରଦୂଷଣ ନାମରେ ଲଘୁ ଉଦ୍ୟଗ, ଗାଡି ମଟର ଏବଂ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୩ଟି ୟୁନିଟକୁ ଏକମାସ ପାଇଁ ବନ୍ଦର ନିଦେ୍ର୍ଦଶ ଦିଆଯାଇଇଛି। ତାହାକୁ ଜେଏମଏମ୍ ଓଡିଶା ପ୍ରଦେଶର ସଭାପତି ଅଞ୍ଜନୀ ସୋରେନଙ୍କ ନିର୍ଦେଶକ୍ରମେ, ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ୍ ନାଗ୍ ଏବଂ ପ୍ରଦେଶ ପଦେଶ ପ୍ରବ୍ୟକ୍ତା ସୁନିଲ ମାଝୀ ପ୍ରମୁଖ ଓଡିଶା ସରକାରଙ୍କ ନିଷ୍ପତିକୁ ତୀବ୍ର ସମାଲୋଚନା କରିଛନ୍ତି। ଦୁବରାଜଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ଆଦିବାସୀ ବହୁଳ ଅଞ୍ଚଳରେ ମକର ସଂକ୍ରାନ୍ତି ଏକ ଗଣପର୍ବ ଏବଂ ଏହି ଅଞ୍ଚଳରେ ମକର ସଂକ୍ରାନ୍ତି ଏକ ଗୁରୁତ୍ୱପୂର୍ଣ ପର୍ବ ଅଟେ। ପ୍ରବେଶ ପ୍ରବ୍ୟକ୍ତା ସୁନିଲ ମାଝୀ ରାଜ୍ୟ ସରକାରଙ୍କ ନିଷ୍ପତିକୁ ତୀବ୍ର ବିରୋଧ କରିଛନ୍ତି। ବିଶ୍ୱ ହକି ପ୍ରତିଯୋଗିତା ନାମରେ ଗାଡି ମଟର ବନ୍ଦ, କଳକାରଖାନ ବନ୍ଦ ଯୋଗୁଁ ହଜାର ହଜାର ଲୋକଙ୍କ ପେଟରେ ଦାନା ମାରୁଥିବା ନିଷ୍ପତିକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

Advertisment

ଓଡିଶା ସରକାରଙ୍କ ରାଉରକେଲା ବାସୀଙ୍କ ପାଇଁ ସବୁବେଳେ ଅବହେଳା କରୁଛନ୍ତି। ପୂର୍ବରୁ ୨୦୧୪ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଘୋଷିତ କରିଥିଲେ। କୟେଲ ନଦୀରେ ବ୍ୟାରେଜ ନିର୍ମାଣ ସହିତ ରିଙ୍ଗରୋଡ୍ ନିର୍ମାଣ, ଆରଜି ହସ୍ପିଟାଲର ଆଧୁନିକ କରଣ, ଜୋଳନା ବିଶ୍ରା ଏବଂ ନୂଆଁଗାଠାରେ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରିଥିଲେ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସଫଳ ହେଲାନାହିଁ। ଏ ସମ୍ବନ୍ଧରେ ରାଉରକେଲା ବାସୀ ମୁକ୍ତିକାନ୍ତ ବିଶ୍ୱାଳ ୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଏବଂ ସେ ବିଷୟରେ ଆଲୋଚନା କରିଥିଲେ। ଆଲୋଚନା ପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ। ୧୬ ନଭେମ୍ବର ୨୦୨୨ ରେ ସେ ବିଷୟରେ ପୁଣି ରାଉରକେଲାବାସୀ ମୁକ୍ତିକାନ୍ତ ବିଶ୍ୱାଳ ରାଉରକେଲା ଠାରୁ ପଦଯାତ୍ରା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ଅଲୋଚନା କରିବା ପାଇଁ ରାଉରକେଲାର ବିକାଶ ପାଇଁ ବାହାରିଥିଲେ। କିନ୍ତୁ ଗୃହବିଭାଗ ତାଙ୍କୁ ସାକ୍ଷାତ ପାଇଁ ଅନୁମତି ଦେଲା ନାହିଁ। ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ତେଣୁ ମୁକ୍ତିକାନ୍ତ ବିଶ୍ୱାଳ ବାଧ୍ୟ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉକ୍ତ ଘଟଣାକୁ ଜେଏମଏମ୍ ତୀବ୍ର ନିନ୍ଦା କରିଛି ଏବଂ ଉକ୍ତ ପ୍ରସଂଙ୍ଗକୁ ନେଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଇଛି।