ଖଡ଼ିଆଲ: ନୂଆପଡା ଜିଲ୍ଲା ଖଡ଼ିଆଲ ବ୍ଲକ ରାଣୀମୁଣ୍ଡା ଗ୍ରାମରେ ୨୦୧୬ ମସିହାରେ ୩୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ୪ରି ବର୍ଷ ପରେ ପାରିଶ୍ରମିକ ମିଳିଛି। ଏମାନେ ବନବିଭାଗ ଅଧିନରେ ନରେଗା କାମ କରିଥିଲେ। ତତ୍କାଳୀନ ବନ ଅଧିକାରୀ ଜୟରାମ ଶବର, ଶିବରାମ ପଟେଲ ଫରେଷ୍ଟ୍ ଗାଡ଼୍ ଶ୍ରମିକଙ୍କ ପାଉଣା ଦେଇ ନ ଥିଲେ। ଶ୍ରମିକମାନେ ଚାରିବର୍ଷ କାଳ ବନବିଭିଭାଗ କାର୍ଯ୍ୟଳୟ ଦୌଡ଼ି କ୍ଲାନ୍ତ ହୋଇପଡିଥିଲେ।
ଉପରୋକ୍ତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଦଳିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡି ନିଜ ସହକର୍ମୀଙ୍କ ସହ ରାଣୀମୁଣ୍ଡା ଗ୍ରାମକୁ ଯାଇ ପ୍ରକୃତ ଘଟଣା ସମ୍ପର୍କରେ ବିଷୟରେ ଅବଗତ ହୋଇଥିଲେ। ଏହା ପରେ ସେ ବନାଞ୍ଚଳ ଅଧିକାରୀ ସଡ଼ାନନ୍ଦ ସୁନାନୀଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣା ଦୃଷ୍ଟିକୁ ଆସିବା ପରେ ଶ୍ରମିକମାନଙ୍କ ସହ ଆଲୋଚନା କରି କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ କରି ଘଟଣା ବିଷୟରେ ଅବଗତ କରାଇଥିଲେ। ଯଦି ଶ୍ରମିକଙ୍କ ପାରିଶ୍ରମିକ ଦିଆ ନ ଯାଏ ଅବା ଟାଲଟୁଲ ନୀତି ଅବଲମ୍ବନ କରାଯାଏ ତାହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ଚେତାବନୀ ଦେଇଥିଲେ।
ଏହି ଚେତାବନୀ ଶୁଣିବାପରେ ବନାଚଳ ଅଧିକାରୀ ଷଢ଼ାନନ ସୁନାନୀ ସମସ୍ତ ଶ୍ରମିକଙ୍କ ପାରିଶ୍ରମିକ ଟଙ୍କା ଦେଇଥିବା ଆଜି ପ୍ରକାଶ କରିଛନ୍ତି। ଦଳିତ ଅଧିକାର ମଞ୍ଚର ସମସ୍ତ କମକର୍ତ୍ତା ଶ୍ରୀ ସୁନାନୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି। ଶ୍ରମିକମାନଙ୍କ ପାରିଶ୍ରମିକ ଚାରିବର୍ଷ ପରେ ମିଳିଥିବାରୁ ଶ୍ରମିକମାନେ ବନାଚଞ୍ଚଳ ଅଧିକାରୀଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ପ୍ରକାଶ ଆଉ କି ପୂର୍ବତନ ଅଧିକାରୀ ଜୟରାମ ଶବର, ଫରେଷ୍ଟ୍ ଗାଡ଼୍ ଶିବରାମ ପଟେଲ ଶ୍ରମିକମାନଙ୍କ ଟଙ୍କା ନିଜେ ହଡପ କରିଥିବା ଓ ଚାରି ବର୍ଷ ପରେ ତାଙ୍କୁ ଟଙ୍କା ଫେରେଇଦେବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/khariar.jpg)