ନାଳରେ ପଡ଼ି ପୂଜକଙ୍କ ମୃତ୍ୟୁ

ଯାଜପୁରଟାଉନ/ସଦର: ଯାଜପୁର ଟାଉନ ଥାନା ଅନ୍ତର୍ଗତ ଅଠରନଳା ନିକଟରେ ନାଳରେ ପଡ଼ି ଜଣେ ମନ୍ଦିର ପୂଜକଙ୍କର ମୃତ୍ୟୁ ହୋଇଯାଇଛି। ପୌରାଞ୍ଚଳର ସିରିଆପୁର ଅଞ୍ଚଳରେ ରହୁଥିବା ସଞ୍ଜୁଆ କୁମାର ସାମନ୍ତ (୪୮) ଆଜି ଅପରାହ୍‌ଣରେ ନାଳରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ନାଳରୁ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଉଚ୍ଚରୁ କଂକ୍ରିଟ ନାଳ ମଧ୍ୟରେ ଖସି ପଡ଼ିଥିବାରୁ ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିଲା। ସେ ପ୍ରତିଦିନ ନିକଟସ୍ଥ ତେନ୍ତୁଳିମାଳ କାଳୀ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ଆଜି ମଧ୍ୟ ପୂଜା କରିଥିବା ବେଳେ ଅପରାହ୍‌ଣରେ ନାଳକୁ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଖବର ପାଇ ଯାଜପୁର ଟାଉନ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧିତ ଖବର