ଜୟପୁର: କରୋନା ଭୁତାଣୁକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୧ଦିନିଆ ଲକଡାଉନର ପ୍ରଭାବ ବେଶି ମାତ୍ରାରେ ସହରରେ ଥିବା ମନ୍ଦିର ପୂଜକ ମାନଙ୍କ ଉପରେ ପଡିଛି। ଯଦିଓ ପୁଜକମାନେ ପାରମ୍ପରିକ ଭାବେ ପୂଜା ବିଧି କରୁଛନ୍ତି, କିନ୍ତୁ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ ଆଉ ଆସୁ ନାହାନ୍ତି।
ଦେବୋତ୍ତର ବିଭାଗ ପକ୍ଷରୁ ଏମାନଙ୍କୁ ମାସିକ ଦରମା ୩ରୁ ୧୦ଟଙ୍କା ମଧ୍ୟରେ ମିଳୁଥିବା ବେଳେ ଶ୍ରଦ୍ଧାଳୁ ଭକ୍ତମାନେ ଦେଉଥିବା ଦାନ ଟଙ୍କାରେ ହିଁ ଏମାନଙ୍କ ପରିବାର ଚଳୁଥିଲା। ତେବେ ମନ୍ଦିରକୁ ଭକ୍ତମାନେ ଆସୁନଥିବାରୁ ଏବେ ଜୀବନ ଦୁର୍ବିସହ ହୋଇ ପଡିଛି ଭୋକ ଉପବାସରେ ପରିବାର ସହ ଦିନ କାଟିବାକୁ ପଡୁଛି ବୋଲି କହିଛନ୍ତି ଜଗନ୍ନାଥ ମନ୍ଦିରର ପୂଜକ ଡମ୍ବୁରୁଧର ପଣ୍ଡା କହିଛନ୍ତି।
/sambad/media/post_attachments/wp-content/uploads/2020/03/20200327_203624-1024x845.jpg)
ପୂଜା କରିବା ପାଇଁ ଯେଉଁ ମାତ୍ରାରେ ସେବାୟତ ଆଦିର ଆବଶ୍ୟକତା ରହିଥିଲା ସେମାନେ କେହି ଆସୁନଥିବାରୁ ପୂଜା ବିଧି କରିବାରେ ବି ହଇରାଣ ହେବାକୁ ପଡୁଛି ବୋଲି କହିଛନ୍ତି ପୂଜକ। ତେବେ ବିଶ୍ବକଲ୍ୟାଣ ପାଇଁ ଆମେ ପୂଜା କରୁଛୁ ବୋଲି କହିଛନ୍ତି। ରାଜ୍ୟ ସରକାର ଆମ କଥା କେବେ ବୁଝୁ ନାହାନ୍ତି।
ସରକାର ମନ୍ଦିରରେ ତାଲା ଝୁଲିବ ବୋଲି ଘୋଷଣା କରିଦେଲେ ସତ କିନ୍ତୁ ଆମର ବି ପରିବାର ରହିଛି ଏବଂ ଆମ ପରିବାର ଆମ ଉପରେ ନିର୍ଭର ସେ କଥା ବି ଚିନ୍ତା କରି ଏବେ ହେଲେ ବୁଝିବା ଆବଶ୍ୟକ। ନ ହେଲେ ଏହି ୨୧ଦିନିଆ ଲକଡାଉନରେ ଆମର ପରିବାରର ଅବସ୍ଥା କିଭଳି ହେବ ସହଜେ ଅନୁମେୟ ବୋଲି ପୂଜକ ଶ୍ରୀ ପଣ୍ଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/20200327_203700.jpg)