ଖୋର୍ଦ୍ଧା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନିର୍ବାଚନ 

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୀତାଭବନ ଠାରେ ପ୍ରସନ୍ନ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ନିର୍ବାଚନୀ କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ଶ୍ରୀଚନ୍ଦନ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ରାଜ୍ୟ ଉପସଭାପତି ସଙ୍ଗୀତା ଦାସ, ମହାସଚିବ ଅମୀୟ କୁମାର ଦାସ ଯୋଗ ଦେଇଥିଲେ । ଶିକ୍ଷକମାନଙ୍କ ଦୀର୍ଘ ଦିନ ସମସ୍ୟା, ସମାଧାନ ନେଇ ବୈଠକରେ ଆଲୋଚନା ହୋଇଥିଲା ।

ନିର୍ବାଚନରେ ଖୋର୍ଦ୍ଧା ବ୍ଲକ ଶିକ୍ଷକ ସଂଘର ସଭାପତି ଭାବେ ଯୁଧିଷ୍ଠିର ସାହୁ, ଉପସଭାପତି ମଙ୍ଗୁଳି ଚରଣ ନିଶଙ୍କ ଓ ସୁକାନ୍ତି ଦେବୀ, ସମ୍ପାଦକ ଅମୀୟ କୁମାର ପରିଡ଼ା, ସହସମ୍ପାଦକ ରବିନାରାୟଣ ପଣ୍ଡା, ଦିବ୍ୟସିଂହ ସୁବୁଦ୍ଧି, ଭୀମସେନ ପରିଡ଼ା, ରଶ୍ମି ଦାସ, କୋଷାଧ୍ୟକ୍ଷ ଭାବେ ସରୋଜିନୀ ସାହୁ, ସଂଯୋଜକ ଭାବେ ସୁଶାନ୍ତ କୁମାର ମିଶ୍ର ନିର୍ବାଚିତ ହୋଇଛନ୍ତି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓଷ୍ଟାର ସମ୍ପାଦକ ସୁଧାକର ମହାପାତ୍ର, ଅଲ୍ ଓଷ୍ଟ ଜିଲ୍ଲା ସମ୍ପାଦକ ସୁରେଶ ବିଶ୍ୱାଳ, କନିଷ୍ଠ ଶିକ୍ଷକ ସଂଘ ସଭାପତି ଭୀମସେନ ପରିଡ଼ା, ବସନ୍ତ ପ୍ରହରାଜ, ମଂଜୁଶ୍ରୀ ପଟ୍ଟନାୟକ, ଆଲୋକ କୁମାର ସାହୁ, ଭୁବନେଶ୍ୱ ବ୍ଲକ ଶିକ୍ଷା ସହାୟକ ସଂଘ ସଭାପତି ସୁକାନ୍ତି ସାବତ, ସମ୍ପାଦକ ସୁବାସ ଚନ୍ଦ୍ର ଦାସ, ବାଲିଅନ୍ତା ବ୍ଲକ ସଭାପତି ତପନ କୁମାର ମେକାପ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର