ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରାଥମିକ ସଂଘର ସଭାପତି ନୀଳକଣ୍ଠ ବେହେରାଙ୍କ ନେତୃତ୍ବରେ ଶିକ୍ଷକ ସଂଘ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟି ୬ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ,୨୦୦୫ ପୂର୍ବରୁ ଯେଭଳି ସରକାରୀ ଚାକିରିଆଙ୍କୁ ପେନସନ ବ୍ୟବସ୍ଥା ରହିଥିଲା,ଏବେ ମଧ୍ୟ ତାହାକୁ ଲାଗୁ କରାଯାଉ । ଶିକ୍ଷକମାନେ ଅବସର ଗ୍ରହଣ କରିବା ପରେ ମାତ୍ର ୨ରୁ ୪ ହଜାର ଟଂକା ପେନସନ ପାଉଛନ୍ତି।
ଏତିକି ପେନସନରେ କିପରି ପରିବାରକୁ ନେଇ ଚଳିବେ ଚିନ୍ତାରେ ପଡିଛନ୍ତି । ତେଣୁ ଏହାକୁ ପୁନଃ ଲାଗୁ କରାଯାଉ। ରାଜ୍ୟର ଶିକ୍ଷକମାନଙ୍କର ସପ୍ତମ ବେତନ ଲାଗୁ କରାଯାଉ। ଯେଉଁ ଶିକ୍ଷକମାନେ ୬ ବର୍ଷ ଶିକ୍ଷକତା କରିସାରିଲେଣି ସେମାନଙ୍କୁ ତୁରନ୍ତ ରେଗୁଲାର କରାଯାଉ । ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଲେଭଲ ୫ ଶିକ୍ଷକମାନଙ୍କୁ ପ୍ରତି ମାସରେ ଦରମା ପ୍ରଦାନ କରାଯାଉ। ଠିକା ଶିକ୍ଷକତାକୁ ଉଚ୍ଛେଦ କରି ରେଗୁଲାର ଶିକ୍ଷକ ନିଯୁକ୍ତି ଦିଆଯାଉ । ଠିକା ସମୟକୁ ମଧ୍ୟ ଗ୍ରହଣ କରାଯାଇ ଶିକ୍ଷକମାନଙ୍କୁ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି ।