ଭୋଜି ଖାଇବା ନିଶା ମହଙ୍ଗା ପଡିଲା; ୧୬ବର୍ଷ ତଳର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ରା.ଉଦୟଗିରି: ବିଭାଘର ଭୋଜିରେ ଯୋଗଦେବାକୁ ଆସି ପୁଲିସ ହାତରେ ଧରାପଡ଼ିଲା ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ।  ୧୬ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାରେ ରାମଗିରି ପୁଲିସକୁ ଆଜି ସଫଳତା ମିଳିଛି । ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମର ରବୀନ୍ଦ୍ର ବେହେର୍ଦ୍ଦଲାଇଙ୍କୁ ସେହି ଗ୍ରାମର କୈଳାଶ ଗୌଡ଼, ରମେଶ ଗୌଡ଼, ଭଗବାନ ଗୌଡ଼, ଅନାମ ଗୌଡ଼ ଓ ପ୍ରମୋଦ ଗୌଡ଼ ଏହି ୫ଜଣ ମିଶି ହତ୍ୟା କରିଥିବା ମୃତକଙ୍କ ସ୍ତ୍ରୀ ସବିତା ବେହେର୍ଦାଳାଇ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ରମେଶ ଗୌଡ଼ଙ୍କ ବ୍ୟତୀତ ବାକି ୪ଜଣଙ୍କୁ ରାମଗିରି ପୁଲିସ ଗିରଫ କରିଥିଲା । ତା ପରଠାରୁ ଅଭିଯୁକ୍ତ ଫେରାର ଥିଲା  । ରାମଗିରି ଗୌଡ଼ ସାହିରେ ଚାଲିଥିବା ଏକ ବିବାହ ଭୋଜିରେ ଅଭିଯୁକ୍ତ ଯୋଗ ଦେଉଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଥାନାଧିକାରୀ ବିକାଶ କୁମାର ସେଠି ଓ ଟିମ ମିଳିତ ଚଢାଉ ଯୋଜନା କରିଥଲେ ଗତକାଲି ରାତିଠାରୁ ।

ଆଜି ସକାଳ ୭ଟା ସମୟରେ ଏକ ଦୋକାନରେ ଜଳଖିଆ କରୁଥିବାବେଳେ ସାଦା ପୋଷାକରେ ଥିବା ଥାନାଧିକାରୀ ମାଡି ବସିଥିଲେ ରମେଶକୁ  । ଗିରଫ ହେବା ପୂର୍ବରୁ ରମେଶ ଦୀର୍ଘ ୧୬ବର୍ଷ ଧରି ବିଶାଖାପାଟନମ ଠାରୁ ଦିନ ମଜୁରିଆ ଭାବେ କାମ କରୁଥିଲା l ତେବେ ପ୍ରେମ ଘଟଣାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ଆଜି ହିଁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର