ଗୋଡ଼ଭଗାକ୍ୟାମ୍ପ: ଆସନ୍ତା ଜୁଲାଇ ମାସରେ ମାଳଦ୍ବୀପଠାରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଏସିଆ ବଡିବଲ୍ଡିଂ ଏବଂ ଫିଜିକ ସ୍ପୋଟ୍ର୍ସ ଚାମ୍ପିଅନସିପ୍ରେ ଭାଗ ନେବେ ବରଗଡ଼ ଜିଲ୍ଲା ଗୋଡ଼ଭଗାର ପ୍ରୀତମ ଦାଶ। ଗତ ୩ ଓ ୪ ତାରିଖରେ ଭାରତୀୟ ବଡିବିଲ୍ଡିଂ ଫେଡେରେସନ ତରଫରୁ ଗୋଆର ମାଡଗାଓଁରେ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହୋଇଥିବା ଚୟନ ପ୍ରକ୍ରିୟାରେ ସେ ମନୋନୀତ ହୋଇଛନ୍ତି।
ଏହି ପ୍ରତିଯୋଗିତାରେ ୩୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ସଫଳତା ପାଇଁ ତାଙ୍କର କର୍ମକ୍ଷେତ୍ର ବୁର୍ଲାସ୍ଥିତ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ୍ ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/12-3.jpg)