ଭଦ୍ରକ: ଘରୋଇ ଶିକ୍ଷାନୁଷ୍ଠାନର ମାଲିକ, ଶିକ୍ଷା ଓ ଶ୍ରମ ବିଭାଗର ମଧୁଚନ୍ଦ୍ରିକାରେ ଭଦ୍ରକ ଜିଲ୍ଲାରେ ଗଢି ଉଠିଛି ଘରୋଇ ଶିକ୍ଷାନୁଷ୍ଠାନ। ଘରୋଇ ଶିକ୍ଷାନୁଷ୍ଠାନକୁ ବେଆଇନ ଭାବେ ଖୋଲିବାକୁ ପ୍ରୋତ୍ସାହନ ଦେଇ ଜିଲ୍ଲାର ଶିକ୍ଷା ଓ ଶ୍ରମ ବିଭାଗର କିଛି ଅଧିକାରୀ ମାଲେମାଲ ହେଉଛନ୍ତି। ଅନ୍ୟପକ୍ଷରେ ସରକାରୀ ସ୍କୁଲ ବନ୍ଦ କରାଯାଉଛି। ୨୦ ରୁ କମ୍ ପିଲା ଥିବା ସ୍କୁଲ ଓ ୪୦ରୁ କମ୍ ପିଲା ଥିବା ସ୍କୁଲ ବନ୍ଦ ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଉଛି। ଜିଲ୍ଲାରେ ୨୦୭ ସ୍କୁଲ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନେବା ପରେ ପ୍ରତିଦିନ ଚାଲିଛି ସ୍କୁଲ ଆଗରେ ଆନ୍ଦୋଳନ। ସ୍କୁଲ ବନ୍ଦ ନିଷ୍ପତ୍ତିରୁ ସରକାର ଓହରି ଯିବାକୁ ସବୁଆଡୁ ଚାପ ପଡୁଛି। ଅନ୍ୟପଟରେ ଜିଲ୍ଲାର ଶିକ୍ଷା ବିଭାଗର କିଛି ପ୍ରଶାସନିକ ଅଧିକାରୀ ଭିତ୍ତିଭୂମି ନଥାଇ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ସୁଯୋଗ ଦେଇ ସରକାରୀ ସ୍କୁଲକୁ ବନ୍ଦ କରିବାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଘରୋଇ ଶିକ୍ଷାନୁଷ୍ଠାନକୁ ଅହେତୁକ ଅନୁକଂପା ମାନେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରି ଦେବାକୁ ଏହା ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି ଭଦ୍ରକର ବହୁ ବୁଦ୍ଧିଜୀବୀ ପ୍ରତିକ୍ରିୟା ରଖିଛନ୍ତି।
ଜିଲ୍ଲାରେ ୮୦ରୁ ଅଧିକ ବେସରକାରୀ ଘରୋଇ ଶିକ୍ଷାନୁଷ୍ଡାନ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲାଯାଇଥିବା ବେଳେ ଏଥିରୁ ଅଧିକାଂଶ ସ୍କୁଲରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ଏଗୁଡିକ ମଧ୍ୟରୁ ପୁଣି କେତେକ ଆବାସିକ ଶିକ୍ଷାନୁଷ୍ଠାନ ରହିଛି। ଭିତ୍ତିଭୂମି ନଥାଏ ଏମାନଙ୍କୁ କିଭଳି ଏନଓସି ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଏହାର ଭିଜିଲାନସ ତଦନ୍ତ କରାଯାଉ। ଶିକ୍ଷା ବିଭାଗର କେଉଁ ଅଧିକାରୀମାନେ ଏଭଳି ବେଆଇନ୍ କାର୍ୟ୍ୟ କରିଛନ୍ତି। ସେମାନଙ୍କ ଉପରେ ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯାଉ। ଏଭଳି ଦୁର୍ନୀତି କରିବା ପାଇଁ ଶିକ୍ଷା ବିଭାଗର ଅଧିକାରୀଙ୍କୁ ସଂପୃକ୍ତ ଘରୋଇ ସଂସ୍ଥାର ମାଲିକମାନେ କେତେ ଟଙ୍କାର ହାତଗୁଂଜା ଦେଇଛନ୍ତି। ତାହାର ଖୋଳତାଡ ହେବା ଉଚିତ ବୋଲି ଜିଲ୍ଲାର ବହୁ ଅଭିଭାବକ ଦାବି ଉଠାଇଛନ୍ତି। ଭିତ୍ତିଭୂମି ନଥିବା ସ୍କୁଲ ଓ କଲେଜ ଗୁଡିକୁ ତୁରନ୍ତ ଏନଓସି ପ୍ରତ୍ୟାହାର କରାଯାଉ ଓ ଏଗୁଡିକୁ ବନ୍ଦ କରାଯାଉ ବୋଲି ଦାବି ହୋଇଛି।
ସେହିଭଳି ଜିଲ୍ଲାରେ ୮ରୁ ଉର୍ଦ୍ଧ୍ବ ଘରୋଇ ଆବାସିକ ମହାବିଦ୍ୟାଳୟ ଖୋଲିଥିବା ବେଳେ ଏମାନଙ୍କ ଭିତରୁ କେତେକ ମହାବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ପରିମିଶନଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆଡମିଶନ କରି ପରେ ପରିକ୍ଷା ପାଇଁ ଅନ୍ୟ ମହାବିଦ୍ୟାଳୟ ନାମରେ ଫର୍ମ ଫିଲବକରି ପରିକ୍ଷା ଦେଉଛନ୍ତି। ଆବଶ୍ୟକ ହଷ୍ଟେଲ ସୁବିଧା ନଥାଇ ବହୁ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସ୍ଥାନରେ ରଖାଯାଉଛି। ପରିବେଶ ଓ ପରିମଳ ବ୍ୟବସ୍ଥା ପ୍ରତି ମଧ୍ୟ ଗରୁତ୍ବ ଦିଆଯାଉ ନାହିଁ। ସେହିପରି ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସର୍ବ ପ୍ରଥମେ ପିଲାଙ୍କ ପାଇଁ ଖେଳ ପଡିଆର ବ୍ୟବସ୍ଥା ରହିବା କଥା। ତାହା କରାଯାଇ ନାହିଁ। ଆବଶ୍ୟକ ଶ୍ରେଣୀ କକ୍ଷ ଓ ଲାବ୍ରୋଟାରୀ ରୁମ୍ ନାହିଁ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତାର ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ହୋଇ ନାହାନ୍ତି। ଶିକ୍ଷାଗତ ଯୋଗ୍ୟତା ଓ ଟ୍ରେନିଂ ନଥାଇ ମଧ୍ୟ ଅନଭିଜ୍ଞ ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ନେଇ ଚାଲିଛି ଅନେକ ଘରୋଇ ଶିକ୍ଷାନୁଷ୍ଠାନ।ସରକାରୀ ସ୍କୁଲ ଓ କଲେଜ ଆଡୁ ଅଧିକାଂଶ ଛାତ୍ର ଓ ଅଭିଭାବକ ମୁହଁ ଫେରାଇ ଘରୋଇ ଆବାସିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ ପଢି ଶେଷରେ ଶୋଷଣରେ ଶୀକାର ହେଉଥିବା ନେଇ ଅଭିଯୋଗ ହୋଉଛି। ଏଇ ସବୁ ଅନୁଷ୍ଠାନରେ ସ୍ପଳ୍ପ ବେତନରେ କାମ କରୁଥିବା ଅନେକ କର୍ମଚାରୀଙ୍କର ଇଏସଆଇ ଓ ଇପିଏଫ ଯୋଜନାରେ ସାମିଲ କରାଯାଇ ନାହିଁ। ଶ୍ରମିକ ଶୋଷଣ ଶିକ୍ଷା ବିଭାଗରେ କରାଯାଉଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ନିରବରେ ବସିଛନ୍ତି।
କେଉଁ ଶିକ୍ଷାନୁଷ୍ଠାନରେ କେତେ କର୍ମଚାରୀ କାର୍ୟ୍ୟ କରୁଛନ୍ତି। ତାହାର ରିପୋର୍ଟ ଜିଲ୍ଲା ଶ୍ରମ ବିଭାଗ ପାଖରେ ନାହିଁ। ନର୍ସରୀ ସ୍କୁଲଠାରୁ ଆରମ୍ଭ କରି ହାଇସ୍କୁଲ ପୁଣି କଲେଜ ପର୍ୟ୍ୟନ୍ତ ଖୋଲା ଯାଇଛି। ନର୍ସିଂ ସ୍କୁଲ ଠାରୁ ଆରମ୍ଭ କରି ବିଇଡି ତାଲିମ୍ ଦେବା କେନ୍ଦ୍ର। ଏଇସବୁ କେନ୍ଦ୍ର ଖୋଲିଲା ବେଳେ ଶିକ୍ଷା ବିଭାଗରୁ ଅନୁମତି ନେବାର ଆବଶ୍ୟକତା ରହିଛି। ଅନେକ ଅନୁଷ୍ଠାନ ଯେଉଁ ସବୁ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ନିଯୁକ୍ତି କେବଳ ଠିକାରେ ଚାଲିଛି। ସେମାନଙ୍କୁ ସର୍ବ ନିମ୍ନ ମଜୁରୀ ଦିଆଯାଉ ନାହିଁ।ଏଇଏସଆଇ କିମ୍ବା ପିଏଫ କଟାଯାଉ ନାହିଁ। ଏଇସବୁ ଶିକ୍ଷାନୁଷ୍ଠାନ ଗୁଡିକ ଶ୍ରମ ଆଇନକୁ ଖୋଲା ଖୋଲି ଭାବେ ଉଲ୍ଲଘଂନ କରିଛନ୍ତି।