ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକର କୃତ୍ତମଗଡ଼ ପଞ୍ଚାୟତକୁ ଦୁଇ ଭାଗ କରି ଦୁଇ ବର୍ଷ ତଳେ ଗଢି ଉଠିଥିଲା ନୂତନ ପଞ୍ଚାୟତ କାରକୁଡୁପା। ନୂତନ ପଞ୍ଚାୟତର ନାମ ପାଇଛି କିନ୍ତୁ ନା ଅଛି ପଞ୍ଚାୟତ ଗୃହ ନା ଅଛି ଭିତ୍ତିଭୂମି। ଯଦି ଭୌଗଳିକ ସୀମାରେଖା ବଦଳିଛି କିନ୍ତୁ ବିକାଶ ନିର୍ମାଣ ପାଇଁ ପରିଚୟ ଖୋଜୁଛି କାରକୁଡୁପା।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ଷ ୨୦୧୬-୧୭ରେ ପଞ୍ଚାୟତ ପୁନର୍ଗଠନ ସମୟରେ ଏହା ନୂତନ ପଞ୍ଚାୟତ ରୂପେ ଘୋଷଣା ହୋଇଥିଲା। ୨୦୧୭ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ୧୫ଟି ଓ୍ଵାର୍ଡକୁ ନେଇ ଏହି ପଞ୍ଚାୟତ ଗଠନ ହୋଇ ନିର୍ବାଚନ ହୋଇଥିଲା। ୨୦୧୭ ମାର୍ଚ୍ଚରେ ସରପଞ୍ଚ ଭାବେ ପୁକାରୀ ମାଝୀ ଓ ୧୩ଟି ଓ୍ଵାର୍ଡରେ ନିର୍ବାଚନ ହୋଇ ୧୩ଟି ଓ୍ଵାର୍ଡର୍ମେମ୍ବର ଓ ପରେ ନାୟବସରପଞ୍ଚ ନିର୍ବାଚନ ହୋଇ ନିର୍ବାଚିତ ହୋଇଥିଲେ କିନ୍ତୁ ଆଜି ଯାଏଁ ପଞ୍ଚାୟତର ନିଜସ୍ୱ କୋଠା ପାଇଁ କାରକୁଡୁପା ଯାତ୍ରା ପଡିଆ ନିକଟରେ ଥିବା ଖାତା ନମ୍ବର ୮୬ର ପ୍ଲଟ ନମ୍ବର ୪୮୮ରେ ଜାଗା ଚି଼ହ୍ନଟ ହୋଇ ଜିଲ୍ଲା ପଞ୍ଚାୟତ ଅଧିକାରୀ, ବ୍ଲକ ଅଧିକାରୀ ରହି କାର୍ଯ୍ୟ ଆରମ୍ଭ ହୋଇଥିଲା । କାମ ପ୍ରାୟ କିଛି ଦିନ ଚାଲିବା ପରେ ତୁମୁଡିବନ୍ଧ ତହସିଲଦାର ଚନ୍ଦ୍ରହାଁସ ନାୟକ ପଂହଁଚି କାମ ବନ୍ଦ କରିବା ପାଇଁ କହିଥିଲେ, ଯାହା ଫଳରେ କାମ ବନ୍ଦ ହୋଇଥିଲା ଲୋକେ ତହସିଲଦାରଙ୍କୁ ଲିଖିତ ମାଗିବାରୁ ସେକିଛି ଦେଇ ପାରିନଥିବା ଅଭିଯୋଗ ହୋଇଛି।
ପଞ୍ଚାୟତ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇ ପାରିନାହିଁ। ପ୍ରଶାସନର ଆନ୍ତରିକତା ହେଉ କିମ୍ବା ରାଜନୈତିକ ବ୍ୟକ୍ତ ଙ୍କ ସହମତିର ଅଭାବ ହେଉ ଏହି ପେଞ୍ଚ ମଧ୍ୟରେ ସାଧାରଣ ଲୋକେ ଦହଗଞ୍ଜ ହେଉଛନ୍ତି। ପଞ୍ଚାୟତ ଗୃହ, ସଭାଗୃହ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହ ନିର୍ମାଣ ନିମନ୍ତେ ୩୫ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇସାରିଛି। ପଞ୍ଚାୟତ ନିଜସ୍ୱ ଗୃହ ନଥିବାରୁ ଗ୍ରାମର ଏକ କୋଠ ଘରେ ଆସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁଛି। ପଞ୍ଚାୟତର କୌଣସି ସଭା ସମିତି ଓ ମାସିକ ବୈଠକ ହେଲେ ନିକଟସ୍ଥ ଯାତ୍ରା ପଡିଆର ଗଛ ମୂଳେ ଅନୁଷ୍ଠିତ ହେଉଛି। ବର୍ଷା ହେଲେ ବନ୍ଦ। ପଞ୍ଚାୟତ କାର୍ଯ୍ୟାଳୟ ନଥିବାରୁ ଉନ୍ନୟନ କାର୍ଯ୍ୟ ଅଗ୍ରଗତିରେ ମନ୍ଥରତା ମଧ୍ୟ ଦେଖା ଦେଉଥିବା ବେଳେ ବିଭିନ୍ନ ଯୋଜନାର ସୁଫଳ ଲୋକେ ପାଇ ପାରୁନଥିବା ଅଭିଯୋଗ ହେଉଛି।