ପାରଳାଖେମୁଣ୍ତି: ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଅବସ୍ଥିତ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତ ଗତ ୧ ମାସ ହେଲା ଚର୍ଚ୍ଚାରେ ରହିଥିଲା। ପଞ୍ଚାୟତର ୬ଟି ଗ୍ରାମରେ ବାସ କରୁଥିବା ପ୍ରାୟ ୭୦ରୁ ଅଧିକ ପରିବାର ଓଡ଼ିଶା ବାସିନ୍ଦା ହୋଇଥିବା ସତ୍ତ୍ବେ ସେମାନେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଅ˚ଶଗ୍ରହଣ କରିବେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଚେଇଁଥିଲେ। ୨୪ଟି ଗ୍ରାମ ବିଶିଷ୍ଟ ଗଙ୍ଗାବାଡ଼ ପଞ୍ଚାୟତ ରାୟଗଡ଼ ବ୍ଲକରେ ଥିବା ବେଳେ ଏଠାକୁ ପହଞ୍ଚିବା ପାଇଁ ବ୍ଲକ୍ ସଦର ମହକୁମାରୁ ସିଧା ରାସ୍ତା ନାହିଁ। ମହେନ୍ଦ୍ରଗିରି ପାହାଡ଼ ଡେଇଁ ଚାଲି ଚାଲି କିଛି ବାଟ ପାର ହେଲେ କଇଁପୁର ପଞ୍ଚାୟତରେ ପହଞ୍ଚିବା ପରେ ସେଠାରୁ ରାୟଗଡ଼ ବ୍ଲକ୍ ମୁଖ୍ୟାଳୟ ୨୦ କିମି ।
ତେବେ ପାହାଡ଼, ଜ˚ଗଲ ରାସ୍ତାରେ ଯିବା କାଠିକର। ସ୍ଥାନୀୟ ଲୋକ କହିବା ଅନୁସାରେ ଅତ୍ୟନ୍ତ ଆବଶ୍ୟକ ପଡ଼ିଲେ ହିଁ ଗ୍ରାମବାସୀ ପାରଳାଖେମୁଣ୍ତି କିମ୍ବା ରାୟଗଡ଼ ଯାତାୟାତ କରନ୍ତି। ଗଙ୍ଗାବାଡ଼ରୁ ଗାରାବନ୍ଧ ଦେଇ ପାରଳାଖେମୁଣ୍ତି ପହଞ୍ଚିବାକୁ ହେଲେ ୫୦ କିମି ବାଟ ଏବ˚ ରାୟଗଡ଼ ବ୍ଲକ ଆଉ ୩୦ କିମି। ତେଣୁ ଆନ୍ଧ୍ର ଉପରେ ଏହି ପଞ୍ଚାୟତବାସୀ ନିର୍ଭରଶୀଳ।
ନିର୍ବାଚନ ଆସିଲେ କିମ୍ବା ଏପରି କୌଣସି ବିବାଦୀୟ ସ୍ଥିତି ଉପୁଜିଲେ ଜିଲ୍ଲା ପ୍ରଶାସନ, ରାଜନେତା ଗଙ୍ଗାବାଡ଼ ପଞ୍ଚାୟତକୁ ମନେ ପକାନ୍ତି ବୋଲି କହିଛନ୍ତି ହରିବନ୍ଧୁ କାର୍ଯ୍ୟୀ। କିଛି ଘଟଣାର ଉଦାହରଣ ଦେଇ ସେ କହିଥିଲେ ତିତ୍ଲି ବାତ୍ୟାବେଳେ ଏହି ପଞ୍ଚାୟତରେ ପାହାଡ଼ ଧସି ୧୮ଜଣଙ୍କ ଜୀବନ ଚାଲିଗଲା। ସେ ସମୟରେ ରାୟଗଡ଼ ବିଡିଓ ଗଙ୍ଗାବାଡ଼ ପଞ୍ଚାୟତରେ ବାତ୍ୟା ସମ୍ବନ୍ଧୀୟ ଆଗୁଆ ସୂଚନା ପହଞ୍ଚାଇବା ଏବ˚ ଧନଜୀବନ ସୁରକ୍ଷା ପାଇଁ ସଚେତନ କରିବା କଥା ଭୁଲିଗଲେ। ଏହି ଭୁଲକୁ ଲୁଚାଇବା ପାଇଁ ପ୍ରଶାସନ ଏକ ବଡ଼ ଖେଳ ଖେଳିଦେଲା ଓ ଅଯଥାରେ ନୀରିହ ଲୋକଙ୍କ ଜୀବନ ଚାଲିଗଲା।
କଇଁପୁର ଠାରୁ ଏକ ସିଧା ରାସ୍ତା ଗଙ୍ଗାବାଡ଼ ସଂଯୋଗ ହେଲେ ପ୍ରଶାସନ ମଧ୍ୟ ଏଠାରେ ଠିକ୍ ସମୟରେ ପହଞ୍ଚି ପାରିବ। ସରକାରୀ ଯୋଜନାର ସବୁ ଲାଭ ଏହି ଅଞ୍ଚଳବାସୀ ପାଇପାରିବେ ବୋଲି କହିଥିଲେ ସରପଞ୍ଚ ସୁନୀତା କିଙ୍ଗଲ୍। ଆମକୁ ଆନ୍ଧ୍ର ସହ ସ˚ପର୍କ ରଖିବା ପାଇଁ ତିଳେ ମଧ୍ୟ ଇଚ୍ଛା ନାହିଁ। କିନ୍ତୁ ଆବଶ୍ୟକ ସମୟରେ ପଡ଼ୋଶୀ ରାଜ୍ୟର ଡାକ୍ତରଖାନା ଏବ˚ ଶିକ୍ଷାଧିକାରୀ ମାନେ ଆମକୁ ସହଯୋଗ କରୁଛନ୍ତି ବୋଲି କହିଥିଲେ ମାଣିକପାଟଣା ବାସିନ୍ଦା ରମେଶ ଭୂୟାଁ।
/sambad/media/post_attachments/wp-content/uploads/2021/02/27ce2bec-45af-4f37-b8dd-57a1639b0555-1024x768.jpg)
ଗତ ୨ ବର୍ଷ ହେଲା ଗଙ୍ଗାବାଡ଼ ପଞ୍ଚାୟତରୁ ୯୫ ଛାତ୍ରଛାତ୍ରୀ ମଞ୍ଜୁଷା ମଣ୍ତଳର ବିଭିନ୍ନ ସେବାଶ୍ରମ ବିଦ୍ୟାଳୟରେ ପଢୁଛନ୍ତି ବୋଲି ସୂଚନା ଦେଇଥିଲେ ମାଣିକପାଟଣା ବାସିନ୍ଦା। ଏମାନେ କହିବା ମୁତାବକ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ପିଲାଙ୍କ ନାମରେ ବାର୍ଷିକ ୧୫,୦୦୦ ଟଙ୍କା ମଞ୍ଜୁଷା ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଖାତାରେ ଜମା କରିବା ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ଓଡ଼ିଶାର ଗଙ୍ଗାବାଡ ପଞ୍ଚାୟତ ଏବ˚ ଆନ୍ଧ୍ରର ସାବା ପଞ୍ଚାୟତ ମଧ୍ୟରେ ଥିବା ବିଭିନ୍ନ ଗ୍ରାମକୁ ବିଜୁଳି ଏବ˚ ଜଳ ଯୋଗାଉଛି ଆନ୍ଧ୍ର।
ଓଡ଼ିଶା ସୀମା ମଧ୍ୟରେ ମଞ୍ଜୁଷା ମଣ୍ତଳ ତରଫରୁ ରାସ୍ତା ନିର୍ମାଣ କରା ଯାଇଥିଲା ଓ ଏହାକୁ ଓଡ଼ିଶା ପ୍ରଶାସନ ବିରୋଧ କରି ନଥିଲେ। ବେପାର ପାଇଁ ଓଡ଼ିଶା ସୀମା ମଧ୍ୟରେ ଥିବା ଗଙ୍ଗାବାଡ ପଞ୍ଚାୟତ ବାସିନ୍ଦା ପଡ଼ୋଶୀ ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଏଠାକାର ବାସିନ୍ଦା ଅଧିକାଂଶ ଭାଗଚାଷୀ ଭାବେ ଆନ୍ଧ୍ର ପ୍ରଦେଶର ସାହୁକାରମାନଙ୍କ ଜମି ଚାଷ କରୁଛନ୍ତି। ଏହି ଆଦିବାସୀ ମାନେ ତେଲୁଗୁ ଭାଷାରେ ଅଧିକ ପାରଙ୍ଗମ। ପ୍ରାଶାସନିକ ଅବହେଳା ଉକ୍ତ ପଞ୍ଚାୟତରେ ସବୁ ସ୍ତରରେ ଦେଖିବାକୁ ମିଳେ। ବିଦ୍ୟାଳୟ ଅଛି, କିନ୍ତୁ ପାଠ ପଢ଼ିବା ପାଇଁ ପିଲା ନାହାନ୍ତି। ଶିକ୍ଷକ ଆସୁଛନ୍ତି ଏବ˚ ଯାଉଛନ୍ତି ଓ ଅଞ୍ଚଳର ସମସ୍ୟା ବିଷୟରେ କେହି ହେଲେ ପ୍ରାଶାସନିକ ଅଧିକାରୀଙ୍କୁ ଅବଗତ କରାଉନାହାନ୍ତି। ପଞ୍ଚାୟତ ନିର୍ବାଚନ ବେଳେ ପୁଲିସ ପହରା ଏବ˚ ଗଣମାଧ୍ୟମର ନଜର ଯୋଗୁଁ ଗଙ୍ଗାବାଡ଼ ପଞ୍ଚାୟତରେ ଆନ୍ଧ୍ର ଅଧିକାରୀ ଦାଦାଗିରି କରିବା ପାଇଁ ସାହସ କରିପାରି ନଥିଲେ। କିନ୍ତୁ ଏପରି କେତେ ଦିନ ଚାଲିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଉକ୍ତ ପଞ୍ଚାୟତର ୧୫୦୦ ବାସିନ୍ଦା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Gajapti-under-deveop-area-19_Thumb.jpg)