ଢେଙ୍କାନାଳ: କୁମାରପୁର୍ଣ୍ଣିମାଠାରୁ ଆରମ୍ଭ ହୋଇ ୧୦ ଦିନ ବ୍ୟାପି ଚାଲିଥିବା ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଭସାଣି ଉତ୍ସବ ଆଜି ଅନୁଷ୍ଠିତ ହେଉଛି l ଧନଦାତ୍ରୀ ମା ମହାଲକ୍ଷ୍ମୀ ଆଜି ଧରା ପୃଷ୍ଠାରୁ ବିଦାୟ ନେଉଛନ୍ତି | ବିଭିନ୍ନ ପ୍ରକାରର ବ୍ୟାଣ୍ଡପାର୍ଟି, ଡିଜେ ସାଉଣ୍ଡ, ପାରମ୍ପରିକ ଲୋକନୃତ୍ୟ, ଘଣ୍ଟ ଘଣ୍ଟା ବାଦ୍ୟରେ ତାଳେ ତାଳେ ମା ଙ୍କୁ ବିଦାୟ ଦେଉଛନ୍ତି ସହରବାସୀ | ବାଜା ଘଣ୍ଟା ଘଣ୍ଟ, ଡିଜେରେ ଢେଙ୍କାନାଳ ସହର ଦୁଲୁକୁଛି l ପୂର୍ବାହ୍ନ ୯ ଘଟିକାରେ ମିଳିତ ବଜାର ପୂଜା କମିଟିର ୧ ନମ୍ବର ମାନ୍ୟତାପ୍ରାପ୍ତ ମୀନାବଜାର ପୂଜା ପ୍ରତିଷ୍ଠାନରେ ନଡ଼ିଆ ଭାଙ୍ଗି ଭସାଣି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ସରୋଜ କୁମାର ସେଠି |
/sambad/media/post_attachments/wp-content/uploads/2022/10/377e4ac2-e270-4af9-8630-7ae00d5024b6-1024x577.jpg)
ଅନ୍ୟମାନଙ୍କ ମଧ୍ୟରେ ଏସପି ଲଗାନୟାଗୀ ଦିବ୍ୟା ଭି, ମିଳିତ ବଜାର ପୂଜା କମିଟିର ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ | ଚଳିତ ବର୍ଷ ସହରରେ ୩୮ ଗୋଟି ପୂଜା ମଣ୍ଡପରେ ମା’ ଲକ୍ଷ୍ମୀ ପୂଜା ପାଇଥିବାବେଳେ ୨୫ରୁ ଉର୍ଦ୍ଧ ପୂଜା ମଣ୍ଡପ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି | ରାତି ୧୧ ଟା ୩୦ ସୁଦ୍ଧା ଭସାଣି ଉତ୍ସବ ସମାପନ ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତି ହୋଇଛି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/cca31a92-82af-438f-bd7b-af311d8ae491.jpg)