ଭଞ୍ଜନଗର: ଆଧ୍ୟାତ୍ମିକ ଚେତନା ମନରେ ସକରାତ୍ମକ ଚିନ୍ତାଧାରା ଜାଗ୍ରତ କରିଥାଏ। ଯଜ୍ଞ ଦ୍ବାରା ଇନ୍ଦ୍ରିୟ ଜାଗ୍ରତ ହେବା ସହ ମନପ୍ରାଣରେ ଆଧ୍ୟାତ୍ମିକ ଉର୍ଜା ସୃଷ୍ଟି ହୁଏ। ତେଣୁ ଭଞ୍ଜନଗର ଜଳଭଣ୍ଡାର ନିକଟରେ ଥିବା ପ୍ରସିଦ୍ଧ ବେଲେଶ୍ୱର ଶୈବ ପୀଠରେ ୧୫୧ କୁଣ୍ଡିୟ ବୈଦିକ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଚୀନ ଋ‌ଷିମୁନି ମାନଙ୍କ ଯଜ୍ଞ ସଂସ୍କୃତିର ପୁନରୁଦ୍ଧାର ପାଇଁ ଭଞ୍ଜନଗର ଜଳ ସମ୍ପଦ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା) ଓ ବେଦ ପ୍ରଚାର ସମିତି ପକ୍ଷରୁ ଏଭଳି ପ୍ରୟାଶ ଆରମ୍ଭ ହୋଇଛି। ଭାରତ ବିଶ୍ବର ମହାଗୁରୁ ପାଲଟିଥିବା ବେଳେ ବର୍ତ୍ତମାନ ଲୋକମାନେ ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଆର୍କଷିତ ହୋ‌ଇ ଭାରତୀୟ ସଂସ୍କୃତିରୁ ଦୂରେଇ ଯାଉଛନ୍ତି। ସେମାନଙ୍କୁ ବିଶେଷ କରି ଯୁବପିଢିକୁ ପୁନଶ୍ଚ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ଆର୍କଷିତ କରିବାକୁ ହେଲେ ଯଜ୍ଞର ବୈଜ୍ଞାନିକ ସ୍ବରୂପ ଓ ଭାରତୀୟ ସଂସ୍କୃତିର ତର୍କ ସଙ୍ଗତ ସ୍ବରୂପକୁ ଉପସ୍ଥାପନ କରିବା ଜରୁରୀ ବୋଲି ସୃତିନ୍ୟାସର ଅଧ୍ୟକ୍ଷ ତଥା ଲୋକପ୍ରିୟ ପ୍ରବକ୍ତା ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ପ୍ରକାଶ କରିଛନ୍ତି। ପ୍ରତିଟି ଘରେ ବେଦ ଜ୍ଞାନ ପହଞ୍ଚାଇବା ସହ ସମସ୍ତେ କିଭଳି ନିଜକୁ ଯଜ୍ଞରେ ସାମିଲ କରିବ‌େ ସେହି ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଜି ଦିନତମାମ୍ ବେଲେଶ୍ବର ପୀଠରେ ଯଜ୍ଞ, ଭଜନ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅବିଦ୍ୟାକୁ ଦୁରେଇ ବିଦ୍ୟା ଗ୍ରହଣ କରିବା ଦ୍ୱାରା ଜୀବନର ଲକ୍ଷ ପୂରଣ ହୁଏ। ମୋକ୍ଷପ୍ରାପ୍ତି ପାଇଁ ଅନେକ ମାର୍ଗ ରହିଥିବା ବେଳେ ଏଥିପାଇଁ ମାନବସମାଜ ଆଧ୍ୟାତ୍ମିକତା ପ୍ରତି ଆର୍କର୍ଷିତ ହେଲେ ପୁଣ୍ୟ ଅର୍ଜନ କରି ପାରିବ। ମନୁଷ୍ୟ ଜୀବନର ସଫଳତା ପାଇଁ ପଞ୍ଚ ମହାଯଜ୍ଞ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Advertisment

publive-image Sambad

ତେଣୁ ଦୟା, ଦାନ, ପୁଣ୍ୟ ସେବା, ଅତିଥିଙ୍କୁ ସମ୍ମାନ ଭଳି କାର୍ଯ୍ୟ କରିବା ପାଇଁ ସ୍ୱାମୀଜୀ ଗୁରୁମନ୍ତ୍ର ଦେଇଥିଲେ। ଭୂବନେଶ୍ବରରୁ ଆସିଥିବା କୁମାର ସ୍ବାମୀ, ପୁଷ୍ପାଞ୍ଜଳୀ ଦେବୀ, ଟିଟଲାଗଡର ଆନନ୍ଦ ସାମନ୍ତ ଓ ଶାୟନ୍ତନୀ ତ୍ରିପାଠୀ, ଭଞ୍ଜନଗର ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ମାଧୁରୀ ମହାପାତ୍ର, ଲାଲ ମୋହନ ନାୟକ, ଏମ୍‌ ବିଜୟଙ୍କୁ ବିଡେକା ପକ୍ଷରୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏଥିରେ ଜଳସେଚନ ବିଭାଗର ଅଧୀକ୍ଷଣ ନିର୍ବାହୀଯନ୍ତ୍ରୀ ଇଂ. ଗୋକୁଳ ଚନ୍ଦ୍ର ପାଢୀ, ଜ୍ୟୋତ୍ସାରାଣୀ ପାଢୀ, ବିଡେକା ସମ୍ପାଦକ ଇଂ. ସନ୍ତୋଷ କୁମାର ଗୌଡ଼, ସବିତା କୁମାରୀ ଗୌଡ, ଇଂ. ଜେ ସୁମ ପ୍ରଧାନ, ଇଂ. ପ୍ରସନ୍ନ କୁମାର ସ୍ବାଇଁ, ପ୍ରମୋଦ କୁମାର ମହାନ୍ତି, ସୀମାଞ୍ଚଳ ପଟ୍ଟାନାୟକ, ଟୁନା ଜେନା, ସଚିନ୍‌ କୁମାର ବେହେରା, ରବିନ୍ଦ୍ର ନାଥ ଭୂୟାଁ, ଲୋକନାଥ ନାୟକ, ବିଜୟ କୁମାର ବେହେରା, ପତିତପାବନ ପ୍ରଧାନ, ଚିରଞ୍ଜିବି ଦାସ, ଧର୍ମେନ୍ଦ୍ର ପ୍ରଧାନ, ସୁଧୀର ରଞ୍ଜନ ବେହେରା, ଶରତ ଚନ୍ଦ୍ର ମହାନ୍ତି, ପ୍ରଦୀପ କୁମାର ସୁବୁଦ୍ଧି, ରାକେଶ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ସମେତ ବିଡେକାର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ। ‌ବିଡେକାର ୧୫ ଜଣ କର୍ମଚାରୀଙ୍କୁ ଉତ୍କୃଷ୍ଟ ସେବା ପାଇଁ ବ‌େଦ ପ୍ରଚାର ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଗୁରୁ କୃପା ଲାଭ କରିଥିଲେ।