ଖୋର୍ଦ୍ଧା: ରଣପୁର ପ୍ରଜା ଆନ୍ଦୋଳନର ସେନାପତି ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ଉଭୟ ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଥିଲେ। ବ୍ରିଟିଶ ସରକାରଙ୍କ ବିରୋଧରେ ସେମାନେ କରିଥିବା ସଂଗ୍ରାମ ଘଟଣାରେ ୧୯୪୧ ଅପ୍ରିଲ୍ ୪ ତାରିଖରେ ଭାଗଲପୁର ଜେଲର ତତ୍କାଳୀନ ବ୍ରିଟିଶ ସରକାର ଉଭୟଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ। ଏହି ଦିବସର ସ୍ମରଣ କରି ଆଜି ଖୋର୍ଦ୍ଧାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବଳିଦାନ ଦିବସ ପାଳିତ ହୋଇଯାଇଛି। ବିଜେବି ଉଚ୍ଚବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଅଞ୍ଜନ କୁମାର ରାୟ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ଭୀମସେନ ପ୍ରଧାନ, ରଣପୁର ବିଦ୍ରୋହ ପୁସ୍ତକର ଲେଖକ ସତ୍ୟବାଦୀ ବଳିଆରସିଂହ, ଖୋର୍ଦ୍ଧା ବରିଷ୍ଠ ନାଗରିକ ମଂଚର ରାମଶଙ୍କର, ପୂର୍ବତନ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପରମଗୁରୁ ଯୋଗ ଦେଇଥିଲେ। ପ୍ରାକ୍ତନ ଛାତ୍ର ସଂସଦର ସମ୍ପାଦକ ଗୋପାଳକୃଷ୍ଣ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବିମଳ ଚନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଶିବ ସୁନ୍ଦର ପଟ୍ଟନାୟକ, ନବକୃଷ୍ଣ ମିଶ୍ର, ଶିକ୍ଷକ ବିଭୂ ପ୍ରସାଦ ସେନାପତି, କୃଷ୍ଣଚନ୍ଦ୍ର ହରିଚନ୍ଦନ, ସମରେନ୍ଦ୍ର ବଳିଆରସିଂହ ପ୍ରମୁଖଙ୍କ ସହ ବିଦ୍ୟାଳୟର ଛାତ୍ରମାନେ ଉପସ୍ଥିତ ଥିଲେ। ନିଖିଳ ଭାରତ ଗାଣତାନ୍ତ୍ରିକ ଛାତ୍ର ସଂଗଠନ (ଏଆଇଡିଏସ୍ଓ) ଖୋର୍ଦ୍ଧା ଆଞ୍ଚଳିକ କମିଟି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେବି ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ରଘୁ-ଦିବାକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ କରାଯାଇଥିଲା। ଡିଏସ୍ଓ ଖୋର୍ଦ୍ଧା ଆଞ୍ଚଳିକ କମିଟିର ସମ୍ପାଦକ ଅବିନାଶ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏଥିରେ ପ୍ରଫୁଲ୍ଲ କୁମାର ସମାନ୍ତରାୟ, ବିକ୍ରମ କେଶରୀ ଚମ୍ପତି, ଏସୟୁସିଆଇ (କମ୍ପୁ୍ୟନିଷ୍ଟ) ଖୋର୍ଦ୍ଧା ଆଞ୍ଚଳିକ କମିଟି ସମ୍ପାଦକ ଅଶୋକ ସାହୁ, ଜୟନ୍ତ ମହାନ୍ତି, ଅନୁପମ ମହାନ୍ତି, କାର୍ତିକ ଘଡ଼େଇ, ବିଶ୍ୱନାଥ ଜେନା, ମନ୍ଦାକୀନି ସାହୁ, ବିଷ୍ମୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Khordha-Raghu-dibakarnka-Balidan-Divas-palita.jpg)