ଖୋର୍ଦ୍ଧା: ଜିଲ୍ଲା ସ୍ୱାସ୍ଥ୍ୟ ସମିତି (ଜେଡ୍ଏସ୍ଏସ୍) ପକ୍ଷରୁ ଜିଲ୍ଳାସ୍ତରୀୟ ଆଶା, ଗ୍ରାମ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି, ଜନ ଆରୋଗ୍ୟ ସମିତିର ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଂଜଳି ମିଶ୍ର, ଡଃ. ବିଜନ କୁମାର ପଣ୍ଡା ଅନ୍ୟତମ ଅତିଥି ଭାବେ ମଂଚାସୀନ ଥିଲେ। ବିମଳ ପ୍ରସାଦ ପରିଡ଼ା ଅତିଥି ପରିଚୟ ଓ ଡଃ. ରଘୁନାଥ ନାୟକ ସ୍ୱାଗତ ଭାଷଣ ଦେଇଥିଲେ।
ଏହି ଅବସରରେ ନିଜର କର୍ମକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ଗ୍ରାମ୍ୟ କଲ୍ୟାଣ ସାଥୀ ଆଦିଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ହୋଇଥିବା ଆଶାକର୍ମୀମାନେ ହେଲେ, ମେଣ୍ଢାଶାଳର ବବିତା ରାଉତ, ବାଲୁଗାଁ ସିଏଚ୍ସିର ମମତା ରାଉତ, ବ୍ରହ୍ମେଶ୍ୱର ପାଟଣାର ସୁଶମା ପ୍ରଧାନ, କଳ୍ପନା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ଲକ୍ଷ୍ମୀ ଭୋଇ, ଜଟଣୀର ମମତା ହରିଚନ୍ଦନ, ବୋତଳମା ସିଏଚ୍ସିର କୁମୁଦିନୀ ପରିଡ଼ା, ହଳଦିଆ ସିଏଚ୍ସିର ସଚଳା ମାର୍ଥା, ବାଳକାଟିର କବିତା ମହାନ୍ତି, ଟାଙ୍ଗୀର ଲକ୍ଷ୍ମୀ ଦେଈ, ବାଲିପାଟଣାର ସୁଧାଂଶୁବାଳା ମିଶ୍ର, ବାଣପୁରର ସସ୍ମିତା ମୁଦୁଲି, ବୋଲଗଡ଼ର ଅହଲ୍ୟା ଦେଈ, ଘଟକିଆ ୟୁପିଏଚ୍ସିର ନଳିନୀ ସାହୁ, କପିଳପ୍ରସାଦର ସବିତା ପ୍ରତାପ ସିଂହ, କୁଦିଆରୀର ଜେ ପଦ୍ମା। ପ୍ରସନ୍ନ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Khordha-ZIllastriya-Swasthya-kalyan-samiti.jpeg)