ରାୟଗଡା: ରାୟଗଡା ଜିଲ୍ଲା ବିଷୁବ ବନ୍ଧୁମିଳନ ଉତ୍ସବ କମିଟି ତରଫରୁ ମହିଳା ମାନଙ୍କ ପାଇଁ ଓଡ଼ିଆ ପିଠା ପ୍ରସ୍ତୁତି କାର୍ଯ୍ୟକ୍ରମ ସ୍ଥାନୀୟ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସମୁଦାୟ ୩୪ ଜଣ ମହିଳା ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଦିପ୍ତୀ ମହାନ୍ତି ପ୍ରଥମ ସ୍ଥାନ, ସଂଯୁକ୍ତା ମିଶ୍ର ଦ୍ଵିତୀୟ ସ୍ଥାନ, ସଂଯୁକ୍ତା ଚାମୁଣ୍ଡା ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। କମିଟିର ସଭାପତି ଡ଼ଃ. ନିରଞ୍ଜନ ପ୍ରସାଦ ବକ୍ସିପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଉତ୍ସବର ଏହି  ପ୍ରତିଯୋଗୀତାକୁ ସୁଶ୍ରୀତା ଦାଶ, ବିଦୁଲତା ହୁଈକା, ଭାରତୀ ଚୌଧୁରୀ ଏବଂ କେ.କେ ଜେନା  ପରୀକ୍ଷଣ କରିଥିଲେ। ସେହିଭଳି ଭାବେ ୫ ରୁ ୧୫ ବର୍ଷ ବର୍ଗର ପିଲାମାନଙ୍କୁ ନେଇ ଓଡ଼ିଆ ଗୀତ ମାଧ୍ୟମରେ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇସାରିଛି।

Advertisment

ଏଥିରେ ସମୁଦାୟ ୩୦ ଜଣ ପିଲା ଭାଗ ନେଇଥିଲେ। ଏଥିରେ ସମୃଦ୍ଧି ଦାଶ ପ୍ରଥମ, ଦିବ୍ୟାଂଶା ସାହୁ ଦ୍ଵିତୀୟ ଓ ରିତିକା ବେହେରା ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଏହାସହ ସୁଶ୍ରୀ ସମୃଦ୍ଧି ଛୁଆଳସିଂହ ଏବଂ ସୁଶ୍ରୀ ପ୍ରଜ୍ଞାନୀ ସାହୁଙ୍କୁ ସାନ୍ତ୍ବ ନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି  ପ୍ରତିଯୋଗୀତାକୁ ସସ୍ମିତା ସାମଲ, ଚିରଶ୍ମିତା ନାୟକ ଏବଂ ରାଜେଶ ପାଢ଼ୀ ପରୀକ୍ଷଣ କରିଥିଲେ। ଶୁଭ୍ରା ପଣ୍ଡାଙ୍କ ସହ ଅନ୍ୟାନ୍ୟ ସଂଯୋଜିକା ଗଣ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ବିଷୁବ ବନ୍ଧୁ ମିଳନ ଉତ୍ସବ ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ରାୟଗଡ଼ ସଦରମହକୁମା ସ୍ଥିତ ଜିସିଡ଼ି ହାଇସ୍କୁଲ ପଡ଼ିଆ ଠାରେ ଆୟୋଜିତ ହେବ।