ଭଦ୍ରକ ଜିଲ୍ଲାରେ ହାଇସ୍କୁଲ ସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ 

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଜି ସ୍ଥାନୀୟ ଶହୀଦ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଲେ, ଆମ ପରିଚୟର ଆଧାର ହେଉଛନ୍ତି ଶିକ୍ଷକ। ଜଣେ ଶିକ୍ଷକ ଚାହିଁଲେ ଗୋଟିଏ ଆଦର୍ଶ ସମାଜ ଗଠନ ହୋଇପାରିବ। ଗୁରୁଙ୍କୁ ଗୁରୁ ମନ୍ତ୍ର ଦେବାକୁ ମୁଁ କିଏ ବୋଲି ମନ୍ତ୍ରୀ ଶ୍ରୀ ଦାଶପ୍ରକାଶ କରିଥିବା ବେଳେ ସେ ଆହୁରି କହିଲେ ଗୁରୁ ସମସ୍ତଙ୍କ ଠାରୁ ଊର୍ଦ୍ଧ୍ବରେ। ଗୁରୁଙ୍କ ସମତୁଲ କେହି ହୋଇପାରିବେ ନାହିଁ। ଗୁରୁ ଜଣେ ଛାତ୍ରର ହେଉଛି ଆଦର୍ଶ। ସରକାରୀ ଶିକ୍ଷକମାନଙ୍କ ଠାରେ ଯେଉଁ କ୍ୱାଲିଟି ରହିଛି। ତାହା ଅନ୍ୟ ମାନଙ୍କ ଠାରେ ନାହିଁ। ସରକାରୀ ସ୍କୁଲରେ ଭଲ ଛାତ୍ର ତିଆରି ହେବ ପାଇଁ ଶିକ୍ଷକଙ୍କ ଉପରେ ଉତ୍ତରଦାୟିତ୍ଵ ଦିଆଯିବ। ଆମ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଉଚିତ୍। ନିଜ ପିଲାର ଭବିଷ୍ୟତ ପାଇଁ ଆମେ ଯେମିତି ଚିନ୍ତା କରୁଛନ୍ତି।

ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କ ପାଇଁ ଆମେ ସେଭଳି ଚିନ୍ତା କରିବା ଉଚିତ୍ ବୋଲି ମନ୍ତ୍ରୀ କହିଥିଲେ। ସରକାରୀ ଶିକ୍ଷା ବ୍ୟବସ୍ଥା ସୁଧାର ପାଇଁ ୫ଟି ଯୋଜନାରେ ସ୍କୁଲ୍ ଗୁଡ଼ିକୁ ରୂପାନ୍ତିକାରଣ କରାଯାଉଛି। ଏଣିକି ଶିକ୍ଷକ ମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ସହ ନୂଆ କଥା ସହ ସାମିଲ୍ ହୋଇ କାମ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଥିଲେ। ଏହି ସଭାରେ ବରେଣ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରି ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସମ୍ବିତ ନାୟକ, ପିଡି ଡିଆରଡିଏ ଇନ୍ଦ୍ରମଣି ନାୟକ, ଡିଇଓ କପିଳେନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ଏଡ଼ିଓ ଦୀପକ କୁମାର ପାଢ଼ୀ, ଏଡି ଓ ପ୍ରଣୟ ନାୟକ, ବିଭିନ୍ନ ବ୍ଲକର ବିଇଓ, ସିଆରସିସି, ବିଭିନ୍ନ ହାଇସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର