ତରୁଣ ପ୍ରଜ୍ଞାଭାରତୀ ପକ୍ଷରୁ ପର୍ବତାରୋହଣ କାର୍ଯ୍ୟକ୍ରମ

ଜୟପୁର: ତରୁଣ ପ୍ରଜ୍ଞା ଭାରତୀ ଜୟପୁର ପକ୍ଷରୁ ନାକଟିଡଙ୍ଗର ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜୟପୁର ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟ,ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ,ସରକାରୀ ମହାବିଦ୍ୟାଳୟ କୋରାପୁଟର ଛାତ୍ର ଓ ଛାତ୍ରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୯୫ଜଣ ଛାତ୍ର ଛାତ୍ରୀ, ପୁରୁଷ ଓ ମହିଳା ଭାଗ ନେଇ ପର୍ବତାରୋହଣ କରିଥିଲେ। ନାକଟିଡଙ୍ଗର ଉପରୁ ଜୟପୁର ସହରକୁ ଦେଖି ଛାତ୍ରଛାତ୍ରୀ ମାନେ ଅଭିଭୁତ ହୋଇଯାଇଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଡଃ. ଗଙ୍ଗାଧର ନନ୍ଦ, ସଂପାଦକ ଯଜ୍ଞେଶ୍ଵର ପଣ୍ଡା ଓ ନିରଞ୍ଜନ ପାଣଗ୍ରାହୀ ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପସଭାପତି ମୀନକେତନ ଦାଶ, ସବିତା ତ୍ରିପାଠୀ, କେ. ତିରୁପତି ପାତ୍ର, ଅଜୟ କୁମାର ମଲ୍ଲିକ, ରବୀନ୍ଦ୍ର କୁମାର ମହାରଣା, ରୀତାଞ୍ଜଳୀ ଡାକୁଆ, ଲିପିକା ଦଳେଇ, ବିଜୟଲକ୍ଷ୍ମୀ ପାଣଗ୍ରାହୀ, ହେମନ୍ତ କୁମାର ଚାନ୍ଦ, ସୁବାସ ଚନ୍ଦ୍ର ପଣ୍ଡା, ବିମଳକାନ୍ତ ଜେନା ପ୍ରମୁଖ ମାର୍ଗ ଦର୍ଶକ ଭାବେ କାର୍ଯ୍ୟ ପରିଚାଳନା କରିଥିଲେ। ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ବାର୍ଷିକ ଉତ୍ସବରେ ପ୍ରଂଶସାପତ୍ର ପ୍ରଦାନ କରାଯିବ ବୋଲି ସଭାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର