ପ୍ରାଣନାଥ ପଟ୍ଟନାୟକଙ୍କ ୫୩ତମ ଶ୍ରାଦ୍ଧ ଦିବସ ପାଳିତ

ଖୋର୍ଦ୍ଧା: ଓଡ଼ିଶାର ଜଣାଶୁଣା ସମାଜବାଦୀ ନେତା ତଥା ପ୍ରାଣନାଥ ମହାବିଦ୍ୟାଳୟର ପ୍ରତିଷ୍ଠାତା ପ୍ରାଣନାଥ ପଟ୍ଟନାୟକଙ୍କ ୫୩ତମ ଶ୍ରାଦ୍ଧଦିବସ ଗୁରୁବାର ପାଳିତ ହୋଇ ଯାଇଛି। ଏହି ଅବସରରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ପ୍ରାଣନାଥ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସକାଳେ ସ୍ଥାନୀୟ ବ୍ୟାଙ୍କ ଛକ ଠାରେ ପ୍ରାଣନାଥ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପ୍ରାଣନାଥ ସ୍ମୃତି କମିଟିର ସମ୍ପାଦକ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପ୍ରାଣନାଥ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ଅଜନ୍ତା ଶତପଥୀ, ଉପାଧ୍ୟକ୍ଷ ଡଃ. ବିନୋଦିନୀ ମିଶ୍ର, ପୌର ପରିଷଦର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି, ଅଧ୍ୟାପକ ଲକ୍ଷ୍ମୀପ୍ରସନ୍ନ ପଟ୍ଟନାୟକ, ଲେଫ୍‌ନାଣ୍ଟ ଅସୀମା ଶତପଥୀ, ସେକଣ୍ଡ ଲେଫ୍ଟନାଣ୍ଟ ଜିତେନ୍ଦ୍ର ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାଣନାଥ ମହାବିଦ୍ୟାଳୟର ଏନ୍‌ସିସି ଛାତ୍ରଥାତ୍ରୀ ମାନେ ଶୋଭାଯାତ୍ରାରେ ଆସି ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡଃ. ପ୍ରମୋଦ ଚନ୍ଦ୍ର ଦାଶ, ସତ୍ୟବାଦୀ ବଳିଆରସିଂହ, ବିଜୟ ସେଠୀ, ଦେବ ପ୍ରସାଦ ମଜୁମଦାର, ରୋଟାରୀ ସଭାପତି ପ୍ରହ୍ଲାଦ ପ୍ରଧାନ, ସମ୍ପାଦକ ସୁକାନ୍ତ ନାୟକ, ମିହିର ନାୟକ, ସରୋଜ ସୁନ୍ଦର ପଟ୍ଟନାୟକ, ଗୋପାଳକୃଷ୍ଣ ଦାସ, ପ୍ରାଣକୃଷ୍ଣଦଳ ବେହେରା, ଦିଲ୍ଲୀପ କୁମାର ସାହୁ, ଲକ୍ଷ୍ମୀଧର ସାମନ୍ତସିଂହାର,
ନରେନ୍ଦ୍ର ପୃଷ୍ଟି, ଭୀମସେନ ପ୍ରଧାନ, ଶ୍ରୀକାନ୍ତ ମିଶ୍ର, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଜବହରଲାଲ ସୁବୁଦ୍ଧି, ବୈକୁଣ୍ଠନାଥ ରାଜଗୁରୁ, ଡଃ. ସୁବାସ ଚନ୍ଦ୍ର କୁମାର, ରଜନୀକାନ୍ତ ପଟ୍ଟନାୟକଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ପ୍ରାଣନାଥଙ୍କ ଜୀବନୀର ସ୍ମୃତିଚାରଣ କରିଥିଲେ। ସେହିଭଳି ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ତଥା ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀମିତ୍ର, ଅଧ୍ୟକ୍ଷା, ଉପାଧ୍ୟକ୍ଷାଙ୍କ ସମେତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କର୍ମଚାରୀ, ଅଧ୍ୟାପକଅଧ୍ୟାପିକା ଉପସ୍ଥିତ ଥିଲେ। ଏହାପରେ ଏକ ‌ସଭା ହୋଇଥିଲା। ଏଥିରେ ପ୍ରାଣନାଥଙ୍କ କର୍ମମୟ ଜୀବନ ଓ ସ୍ବାଧୀନତା ସଂଗ୍ରାମରେ ଯୋଗଦାନ ସମ୍ପର୍କରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର