ରାଇରଙ୍ଗପୁର: ରାଇରଙ୍ଗପୁର ନିକଟସ୍ଥ ଦୁବୁଲାବେଡ଼ା ବୀର ସହିଦ ରଘୁନାଥ ମାହାତ ଦେଶ କରମ ପରବ ଆଖଡ଼ାରେ ପଞ୍ଚମ ବାର୍ଷିକ ଦେଶ କରମ ପରବ ବାମନଘାଟିରେ ସାତଦିନ ଧରି ଧୁମ୍‌ଧାମରେ ପାଳନ କରାଯାଇଛି। ସ୍ଥାନୀୟ ଖଡଖାଇ ନଦୀର ବୀର ସହିଦ ମୁଚିରାମ ମହାନ୍ତ କରମ ଘାଟରୁ ଜାୱା ବାଲି ଉଠାଇ ହଜାର ହଜାର ସଂଖ୍ୟାରେ କୁଡ଼ୁମି ମହିଳାମାନେ ରାଇରଙ୍ଗପୁର ସହରରେ ବିଶାଳ ଶୋଭାଯାତ୍ରା କରି ହାତକୁ ହାତ ଧରା ଧରି ହୋଇ କରମ ଗୀତର ତାଳେ ତାଳେ ନାଚି ନାଚି ଜାୱା ରଥକୁ ଦୁବୁଲାବେଦା ସ୍ଥିତ ବୀର ଶହୀଦ ରଘୁନାଥ ମାହାତ ଦେଶ କରମ ପରବ ଆଖଡାକୁ ନେଇ ଜାୱା ଥାପନା କରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ କୁଡୁମାଲି ରୀତିନୀତି ଅନୁସାରେ ଜାୱା ବେଢ଼ା କାର୍ଯ୍ୟକ୍ରମ କରୁଥିଲେ। ରାତ୍ରି ଝୁମର କାର୍ଯ୍ୟକ୍ରମରେ ଝୁମର ଗାୟିକା ବିନ୍ଦୁ ମହାନ୍ତ, ସୀମା କୋଇଲିଆର, ପଙ୍କଜ ମହାନ୍ତ, ଝିଲି ରାଣୀ, ସନ୍ତୋଷ ମହାନ୍ତ, ସ୍ଵାଧୀନ ମହାନ୍ତ ପ୍ରମୁଖ ସନ୍ଧ୍ୟାର ଆସର ଜମାଉଥିଲେ। ସନ୍ଧ୍ୟାର ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ନିକଟ ଅତୀତରେ ଡିଲିଟ ଉପାଧିରେ ସମ୍ମାନିତ ହୋଇଥିବା ସମ୍ମାନନୀୟ ବୀଣାପାଣି ମହାନ୍ତ ଯୋଗଦେଇ ଜାୱାର ମାହାତ୍ମ୍ୟ ଉପରେ ଆଲୋକକରି ସୃଷ୍ଟିର ନିଆରା ତତ୍ତ୍ଵ ବୋଲି ବୁଝାଇଥିଲେ, ସମ୍ମାନନୀୟ ଅତିଥି ଭାବେ ଏକମାତ୍ର କୁଡୁମାଲି ଯୁବ ଅଧ୍ୟାପକ ସମ୍ମାନୀୟ ସପନ କୁମାର ମାହାତ ଗୋଲ୍ଡ ମେଡାଲିଷ୍ଟ ସୁଦୂର ପୁରୁଲିଆରୁ ଆସି ଯୋଗଦେଇ କୁଡୁମିର ପ୍ରତ୍ୟେକ ପର୍ବପର୍ବାଣୀ କୃଷିଭିତ୍ତିକ ଏଵଂ ବିଜ୍ଞାନ ସମ୍ମତ ବୋଲି ଦର୍ଶାଇଥିଲେ ତତ୍ସହିତ କୁଡୁମି ଜନଜାତି ୬୦ ରୁ ୭୦ ହଜାର ବର୍ଷ ପୁରାତନ ବୋଲି ବନାରସ ହିନ୍ଦୁ ୟୁନିଭର୍ଶିଟି ତାର ଇଥାନୋଗ୍ରଫି ରିପୋର୍ଟରେ ଦର୍ଶାଇଥିବା ସମ୍ବନ୍ଧରେ ଆଲୋଚନା କରିଥିଲେ।

publive-image Sambad

ଦେଶ କରମ ପରବ ବାମନଘାଟିର ସଭାପତି  ନିରଞ୍ଜନ ମହାନ୍ତ, କାର୍ଯ୍ୟକାରୀ ସଭାପତି ଜନ୍ମଜୟ ମହାନ୍ତ, ଉପସଭାପତି ଜଗବନ୍ଧୁ ମହାନ୍ତ,କୋଷାଧ୍ୟକ୍ଷ ହରମୋହନ ମହାନ୍ତ, ସହ କୋଷାଧ୍ୟକ୍ଷ ରାଜୁ ମହାନ୍ତ, ସମ୍ପାଦକ ବନମାଳୀ ମହାନ୍ତ, ସହ ସମ୍ପାଦକ ଆଶିଷ କୁମାର ମହାନ୍ତ, ଆଇନ୍ ପରାମର୍ଶଦାତା ଆଡ୍ଭୋକେଟ ଭାଗବତ ମହାନ୍ତ, ଉପଦେଷ୍ଟା ଉପେନ୍ଦ୍ର ମହାନ୍ତ, ଜଗନ୍ନାଥ ମହାନ୍ତ, ବାସୁଦେବ ମହାନ୍ତ, ପରମେଶ୍ବର ମହାନ୍ତ, ଟିକାୟତ୍ ମହାନ୍ତ, ଧନ କୁଦ୍ରା ପ୍ରଡକ୍ସନ ମଣ୍ଟୁ ମହାନ୍ତ, ବାବୁଲି ମହାନ୍ତ, ଗୁଲ୍ଜାରି ମହାନ୍ତ, ଦେହୁରୀ ବସନ୍ତ ମହାନ୍ତ, ଅନନ୍ତ ମହାନ୍ତ, ରୋକି ମହାନ୍ତ, ଆକାଶ ମହାନ୍ତ, କ୍ଷୀରୋଦ ମହାନ୍ତ, ଶିକ୍ଷକ ବାବୁରାମ ମହାନ୍ତ ପ୍ରଭୃତି ମଞ୍ଚାସିନ ଥିଲେ। ମହିଳା ମାନଙ୍କ ମଧ୍ୟରୁ କିରଣ ମହାନ୍ତ, ବିନତି ମହାନ୍ତ, ସୂଲଚନା ମହାନ୍ତ, ଜନତା ମହାନ୍ତ ପ୍ରଭୃତି ଦେଶ କରମ ପରବକୁ ସୁରୁଖୁରୁରେ ସମାପନ ପାଇଁ ସହଯୋଗ କରିଥିଲେ। ଏକାଦଶୀ ଦିନ କରମ ଡାଳ ନିକଟସ୍ଥ ଦେଶ କୁଡୁମୀ ଜାହିରାରୁ ବିଧି ମୂତାବକ ଆଣି ଆଖଡ଼ାରେ ସ୍ଥାପନା କରାଯାଇ କରମ କାହାଣୀ କୁହାଯାଇଥିଲା। ଏକାଦଶୀ ଦିନ ଝୁମର ନାଚ ପ୍ରତିଯୋଗିତା ମହିଳାଙ୍କ ପାଇଁ ଅନୁଷ୍ଠିତ ହୋଇଥିଲା, ଏଥିରେ ବୁଧିଆକୁଦର୍ ପ୍ରଥମ, ଦୁବୁଲାବେଡା ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଅନ୍ୟ ସମସ୍ତ ଦଳକୁ ସ୍ଵନ୍ତନା ମୂଳକ  ପୁରସ୍କାର ଦିଆଯାଇଥିଲା। ଶେଷଦିନ ଆଖଡା ଭାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଦେଶ କରମ ପରବ ବାମନଘାଟି ସଂଯୋଜୋକ ନିର୍ମଳ ମହାନ୍ତ ଆଖଡା ପରିଚାଳନା କରିଥିଲେ।