ରାୟଗଡା: ପ୍ରତିବର୍ଷ ମାର୍ଚ୍ଚ ୪ ତାରିଖ ବିଶ୍ୱବ୍ୟାପୀ ସୁରକ୍ଷା ଦିବସ ଭାବରେ ପାଳିତ ହୋଇଥାଏ ଓ ଏହିକ୍ରମରେ ଇମ୍ଫା-ଥେରୁବାଲି ଠାରେ ଆଜି ୫୨ ତମ ଜାତୀୟ ସୁରକ୍ଷା ସପ୍ତାହର ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବାଷ୍ପୀୟ ଓ କାରଖାନାର ସହକାରୀ ନିର୍ଦ୍ଦେଶକ ରଞ୍ଜିତ କୁମାର ନାୟକ ସୁରକ୍ଷା ପତ୍ତକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଛନ୍ତି। ଇମ୍ଫାର ଉପସଭାପତି ଆଶିଷ କୁମାର ରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଇମ୍ଫାରେ କାର୍ଯ୍ୟରତ ଠିକା ଶ୍ରମିକ, ସ୍ଥାୟୀ ଶ୍ରମିକ ଓ କର୍ମଚାରୀ, ବିଭାଗୀୟ ଅଧିକାରୀ, ନିରାପତ୍ତା ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି। ଉପସ୍ଥିତ ଶ୍ରମିକ, କର୍ମଚାରୀ ମାନଙ୍କୁ ପ୍ରଦୀପ କୁମାର ମିଶ୍ର, ବିଜେନ୍ଦ୍ର ପ୍ରଧାନ ଓ ଜେ.ଏସ.କୁମାର  ଯଥାକ୍ରମେ ଓଡିଆ, ଇଂରାଜୀ ଓ ହିନ୍ଦୀରେ ସୁରକ୍ଷା ଶପଥ ପାଠ କରାଇଥିଲେ।

Advertisment

publive-image Sambad

ଉପ-ସଭାପତି ଆଶିଷ କୁମାର ରାୟ କାରଖାନା ଭିତରେ ନିଜ ପରିସରରେ ଓ କାରଖାନା ବାହାରେ ନିଜ ପରିବାରରେ କିଭଳି ଆମର ଲକ୍ଷ୍ୟ “ଶୂନ୍ୟ ଦୁର୍ଘଟଣା” କିଭଳି ହାସଲ କରିପାରିବା ପାଇଁ ସଜାଗ ରହିବା ସହ ସାମାନ୍ୟରୁ ନ୍ୟୂନତମ ଦୁର୍ଘଟଣାକୁ ବି ପ୍ରତିହତ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟଅତିଥି ଚଳିତ ବର୍ଷର ବିଷୟବସ୍ତୁ “ଆମର ଲକ୍ଷ୍ୟ ଶୂନ୍ୟ କ୍ଷତି “ ଉପରେ ଆଲୋକପାତ କରିକହିଥିଲେ ଯେ “ ଯେ କୌଣସି ଦୁର୍ଘଟଣା  ପଛରେ ବି ମନୁଷ୍ୟର ହାତ ଥାଏ।  ତେଣୁ ଯତ୍ନଶୀଳ ମନୁଷ୍ୟ ହିଁ ସର୍ବୋତ୍କୃଷ୍ଟ ସୁରକ୍ଷା ବୋଲି ମତ ପ୍ରକାଶ କରିଥିଲେ। ଚଳିତବର୍ଷର ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ମାର୍ଚ୍ଚ ୪ରୁ ୧୦ ତାରିଖ ଯାଏ ପାଳିତ ହେବ ଓ ଏହି ଅବସରରେ ଶ୍ରମିକ ଓ କର୍ମଚାରୀ ମାନଙ୍କ ପାଇଁ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ଲୋଗାନ, ଚିତ୍ର, ପ୍ରବନ୍ଧ ଆଦି ପ୍ରତିଯୋଗୀତା ଆୟୋଜନ କରାଯାଇଛି। କୃତି ପ୍ରତିଯୋଗୀଙ୍କୁ ଉଦଯାପନୀ ସମାରୋହରେ ପୁରସ୍କୃତ କରାଯିବ। ଇମ୍ଫା ସୁରକ୍ଷା ବିଭାଗ ଦ୍ଵାରା ନିରାପତ୍ତା ବିଭାଗର କର୍ମଚାରୀ ମାନେ ଅଗ୍ନିନିର୍ବାପନର ବିଭିନ୍ନ କଳା ଓ କୌଶଳ ପ୍ରଦର୍ଶନ କରିଥିଲେ। ଶେଷରେ ଇମ୍ଫାର କାର୍ମିକ ଓ ପ୍ରଶାସନିକ ବିଭାଗର ଉପମୁଖ୍ୟ ପ୍ରବନ୍ଧକ କଲୋଳ କୁମାର ନାୟକ ଧନ୍ୟବାଦ ଦେଇଥିଲେ।