ହେନ୍ତାଳବଣ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଉପକୂଳରେ ହେନ୍ତାଳବଣର ସୂରକ୍ଷା ଓ ସଚେତନତା ନିମନ୍ତେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ୪ ଦିନିଆ କାର୍ଯ୍ୟକ୍ରମ ଓ ପଦଯାତ୍ରାର ଆଜି ଆଜି ଉଦ୍‌ଘାଟନ ହୋଇଯାଇଛି| ଓଡିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଓ ପ୍ରଜାପିତା ବ୍ରହ୍ମକୁମାରୀ ଅସ୍ତରଙ୍ଗ ଶାଖାର ମିଳିତ ଆନୁକୂଲ୍ୟରେ ଅସ୍ତରଙ୍ଗ ବଜାରସ୍ଥିତ ବସ୍ ଷ୍ଟାଣ୍ଡରେ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡିଶା ଲୋକାୟୁକ୍ତଙ୍କ ମାନ୍ୟବର ସଦସ୍ୟ ତଥା ଓଡିଶା ସରକାରଙ୍କ ପ୍ରାକ୍ତନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ ଦେବବ୍ରତ ସ୍ୱାଇଁ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ପୂର୍ବରୁ ଅତିଥିବୃନ୍ଦ ପ୍ରଥମେ ପୃଥିବୀ ମାତାକୁ ସମ୍ମାନ ଜଣାଇ ଧୂପଦୀପ ଦେଇ ମାଟି ମାଆକୁ ପୂଜା କରି ଅସ୍ତରଙ୍ଗର ସବୁଜ ଶାଖା କ୍ଲବ ଓ ବ୍ରହ୍ମକୁମାରୀ ଆଶ୍ରମ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା| ଏଥିସହ ପ୍ରଦୀପ ପ୍ରଜ୍ୱଳନ କରି ମୁଖ୍ୟ ଅତିଥି ଡଃ ସ୍ୱାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ|

ଲୁଣା ଜଙ୍ଗଲ କିପରି ଉପକୂଳ ପାଇଁ ସୂରକ୍ଷାର କବଚ ଓ ପୁଣି ଅସ୍ତରଙ୍ଗରେ ହସିବ ଲୁଣା ଜଙ୍ଗଲ ଉପରେ ଆଲୋଚନା ଚକ୍ରରେ ଅତିଥିମାନେ ନିଜର ମତାମତ ରଖିବା ସମେତ ଦର୍ଶକଙ୍କୁ ସଚେତନାର ବାର୍ତ୍ତା ଛିଞ୍ଚନ କରିଥିଲେ|ଅସ୍ତରଙ୍ଗ ଅଞ୍ଚଳରେ ପୂର୍ବରୁ ଲୁଣା ଜଙ୍ଗଲ ଥାଇ ମୃତିକା କ୍ଷୟକୁ ରୋକିବା ସମେତ ପରିବେଶକୁ ସୂରକ୍ଷା ପ୍ରଦାନ କରୁଥିଲା |ଲୁଣା ଜଙ୍ଗଲ ଧ୍ୱଂସ ପାଇବାରେ ବିପଦ ମାଡିଆସିବା, ଲୁଣ ଜଙ୍ଗଲ ରହିଲେ ମାଛ କଙ୍କଡା ପରି ଜଳଜୀବ ବଂଶ ବୃଦ୍ଧି କରିପାରିବେ, ଅନୂପରମାଣୁ ଭଳି ମୃତ୍ତିକା କ୍ଷୟ ରୋକିବାରେ ସହାୟକ ହେବା ସମେତ ପ୍ରାକୃତିକ ବିପଦକୁ ପ୍ରତିରୋଧ କରିପାରିବ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିବୃନ୍ଦ ମତ ରଖିଥିଲେ| ଓଡିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ପରିଚାଳନା ଟ୍ରଷ୍ଟି ସୌମ୍ୟ ରଞ୍ଜନ ବିଶ୍ୱାଳ, ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ପୂର୍ବତନ ୱାଇଲଡ୍ ଲାଇଫ ଓାର୍ଡନ୍ ଆକାଶ ରଞ୍ଜନ ରଥ, ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରପ୍ରାପ୍ତ ପରିବେଶ କର୍ମ ବିଚିତ୍ରାନନ୍ଦ ବିଶ୍ୱାଳ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ|

ସମ୍ବନ୍ଧିତ ଖବର