ଦୁର୍ଘଟଣାରେ ପ୍ରୋଜେକ୍ଟ ମ୍ୟାନେଜରଙ୍କ ମୃତ୍ୟୁ

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଢେଙ୍କା ପଞ୍ଚାୟତ କଣିଆରୀ ଗ୍ରାମର ସଞ୍ଜୀବ କୁମାର ସାମଲ (୪୮)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ସମ୍ବଲପୁରର ଏକ ଘରୋଇ କମ୍ପାନିରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ୧୫ ତାରିଖରେ ଘରକୁ ଫେରିବା ବେଳେ କାଞ୍ଜିପାଣି ନିକଟରେ ତାଙ୍କ କାର୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦୁଝର ଓ ପରେ ଭୁବନେଶ୍ୱର ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଏକ ୯ ବର୍ଷର ପୁଅ ଅଛି। ଗତବର୍ଷ ତାଙ୍କ ଭାଇ ତଥା ଢେଙ୍କା ପଞ୍ଚାୟତର ସରପଞ୍ଚ ନିମାଇଁ ସାମଲଙ୍କ ଅକାଳ ବିୟୋଗ ଘଟିଥିଲା। ସଞ୍ଜୀବଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁର୍ବତନ ପସିସି ସଭାପତି ଜୟଦେବ ଜେନାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଛନ୍ତି। ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକମାତ୍ର ପୁଅ ଅଂଶୁମାନ ମୁଖାଗ୍ନି ଦେଇଥିଲେ। ପାଖରେ ଭାଇ ନୃସିଂହ, ନଳିନୀ ଓ ମଧୁସୂଦନ ପରିବାରବର୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର