ରାୟଗଡ଼ା: ଗତକାଲି ରାତିରେ ରାୟଗଡ଼ା ଜିଲ୍ଲା କଲ୍ୟାଣପୁର ବ୍ଲକ୍ର କୁସୁମାଘାଟି ଗ୍ରାମରେ ସଶସ୍ତ୍ର ଡକାୟତମାନେ ୫ଟି ଘରେ ପଶି ବନ୍ଧୁକ ମୁନରେ ୫ଲକ୍ଷ ୧୦ ହଜାର ନଗଦ ଟଙ୍କା ଓ ୧୧୦ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଖବର ପାଇ କଲ୍ୟାଣସିଂହପୁର ଥାନାର ଇନ୍ସପେକ୍ଟର ଶିବ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ୧୦ରୁ ଊର୍ଧ୍ୱ ଡକାୟତ, ବନ୍ଧୁକ, ଭୂଜାଲି ଦେଖାଇ ଗ୍ରାମର ଜଣକ ପରେ ଜଣେ ୫ ଜଣଙ୍କ ଘରେ ପଶି ଡକାୟତି କରିଥିଲେ। ପରିବାର ଲୋକଙ୍କୁ ପାଟି କଲେ ଗୁଳିମାରି ଦେବାର ଧମକ ଦେଇ ପ୍ରାୟ ୩୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।
ରାୟଗଡ଼ା: ବନ୍ଧୁକ ଦେଖାଇ ୫ଟି ପରିବାରୁ ୩୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଡକାୟତି
/sambad/media/post_attachments/wp-content/uploads/2017/11/raygada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)