ପରିବହନ ଅଧିକାରୀଙ୍କ ସମ୍ପତି କୋଟିଏ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ୪ଟି ସ୍ଥାନରେ ଘର ଓ ଜମି

ନବରଙ୍ଗପୁର: ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁରଙ୍କ ଭଡ଼ାଘର ଓ କାର୍ଯ୍ୟାଳୟ ସମେତ କେତେକ ସ୍ଥାନରେ ଏକକାଳୀନ ଭିଜିଲାନ୍‌ସ୍‌ ଚଢାଉ କରିଛି। ଚଢ଼ାଉ ପରେ ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି ଯେ ଗଣେଶ୍ୱର କହଁରଙ୍କ ସମ୍ପତ୍ତି ହେଉଛି ୧ କୋଟି ୫୦ ଲକ୍ଷ ୬୩ ହଜାର ୩୨୮ ଟଙ୍କା।

ଗଣେଶ୍ୱରଙ୍କ ଭୁବନେଶ୍ୱରସ୍ଥିତ କଲରାହଙ୍ଗା ଠାରେ ଏକ ଫ୍ଲାଟ, ଏକ ଦୁଇ ମହଲା କୋଠା, ବିଭିନ୍ନ ବ୍ୟାଙ୍କରେ ଟଙ୍କା ସୁନା ଓ ରୂପା ଗହଣା ଥିବା ଜଣାଯାଇଛି। ସେହିଭଳି ପରିବହନ ଅଧିକାରୀଙ୍କ ନାଁରେ ନବରଙ୍ଗପୁରରେ ଆବାସିକ ଘର, କନ୍ଧମାଳରେ ନିର୍ମାଣାଧୀନ କୋଠା, ଗଜପତି ଜିଲ୍ଲାର ରାୟଗଡ଼ ଠାରେ ଘର ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ନବରଙ୍ଗପୁର ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁରଙ୍କ ନାମରେ ବିପୁଳ ଲାଞ୍ଚ କାରବାରର ଅଭିଯୋଗ ଆସିବା ପରେ ଏହି ଚଢାଉ କରାଯାଇଥିଲା। ଗତ ୬ ତାରିଖରେ ନବରଙ୍ଗପୁର ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁରଙ୍କ ଭଡ଼ାଘର ଓ କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ସମୟନରେ ତାଙ୍କ ନାଁରେ ବହୁ ପରିମାଣରେ ଚଳ-ଅଚଳ ସମ୍ପତ୍ତି ଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର