କୋରାପୁଟ: କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ପିଛା ଛାଡୁନି ସେମିଳିଗୁଡା ବ୍ଲକ କଙ୍କଡାଆମ୍ବ ଜନଶୁଣାଣି ବିବାଦ। ପ୍ରଥମେ ଗୁଇନ୍ଦା ବିଫଳ ମାରିବାରୁ ଜନଶୁଣାଣି ହୋଇ ନ ପାରିବା ଓ ପରବର୍ତ୍ତୀ ସମୟରେ ବାରମ୍ବାର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଜିଲ୍ଲା ମୁଖ୍ୟାଳୟକୁ ଆସି ଦାବିପତ୍ର ଦେବା ଘଟଣାକୁ ଦିନକୁ ଦିନ ଜଟିଳ କରିବାରେ ଲାଗିଛି। ଅନ୍ୟପକ୍ଷରେ ଆଜି ନ୍ୟାୟ ପାଇଁ କୋରାପୁଟ ପ୍ରଶାସନ ଓ ଏସପିଙ୍କ କାଯ୍ୟଳୟ ସମ୍ମୁଖରେ ଦିନ ୩ଟାରୁ ଧାରଣାରେ ବସିଥିଲେ ଶତାଧିକ ମହିଳା। ଉଭୟ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ବୁଝାସୁଝା ପରେ ମଧ୍ୟ ସମସ୍ୟାର ସମାଧନ ହେଉ ନ ଥିବା ଦେଖିବାକୁ ମିଳିଥିଲା।
କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର କଙ୍କଡାଆମ୍ବ ଓ ଏହାର ଆଖ ପାଖ ଗାଁରୁ ଶତାଧିକ ମହିଳା ଆସି ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପରେ ଏସପିଙ୍କ କାର୍ଯ୍ୟଳୟ ସମ୍ମୁଖରେ ବସିଥିବା ଦେଖିବାକୁ ମିଳିଛି। ଗତମାସ ୨୨ ତିରିଖ ଦିନ ମାଳିପର୍ବତରୁ ଖଣି ମଞ୍ଜୁରୀ ପାଇଁ ଜନଶୁଣାଣି ରହିଥିବାବେଳେ ଉତ୍ୟେକ୍ତ ଲୋକେ ଭୁଙ୍ଗାରୁଜା କରିବା ସହ ଜଣଶୁଣାଣି କ୍ଷେତ୍ରକୁ ରଣକ୍ଷେତ୍ର ଭାବେ ପରିଣତ କରିଥିଲେ। ବିକ୍ଷୋଭକାରୀଙ୍କ ମାଡରେ ଦୁଇଜଣ ବସେରକାରୀ କମ୍ପାନୀର କର୍ମଚାରୀ ଗୁରୁତର ଆହତ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଏବେ ଆନ୍ଧ୍ରରେ ଚିକିତ୍ସିତ ହେଉଛନ୍ତି।
ତାଙ୍କ ଅବସ୍ଥା ଏବେ ଗୁରୁତର ରହିଥିବାବେଳେ କେତେବେଳେ କିଛି ହେବା ଆଶଙ୍କା ରହିଛି। ତେବେ ଏହି ଘଟଣାରେ ସେମିଳିଗୁଡା ପୁଲିସ ମାତ୍ରାଧିକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିବାବେଳେ ଏବେ ଯାଏଁ ୨୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ୨ ନାବାଳକ ରହିଥିବା ମଧ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗିରଫଦାରୀ ଯୋଗୁଁ ଗାଁରେ କୌଣସି ପୁରୁଷ ରହୁ ନ ଥିବାବେଳେ ଆଜି ପୁଲିସ ବିରୋଧରେ ପ୍ରଥମେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏନେଇ କୋରାପୁଟ ଏସଡିପିଓଙ୍କ ସହ ଟାଉନଥାନାଧିକାରୀ ଓ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/kpt-kankadaamba-mahila.jpg)