ଗ୍ୟାସ ଦରଦାମ ବୃଦ୍ଧିକୁ ନେଇ ମହିଳା କଂଗ୍ରେସ ପକ୍ଷରୁ ପ୍ରତିବାଦ

ଜୟପୁର: ରନ୍ଧନ ଗ୍ୟାସ ଓ ତୈଳ ଦର ବାରମ୍ବାର ବୃଦ୍ଧିକୁ ନେଇ କୋରାପୁଟ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଆଜି ଜୟପୁର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋରାପୁଟ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ। କେନ୍ଦ୍ର ସରକାର ବାରମ୍ବାର ରନ୍ଧନ ଗ୍ୟାସ ଦର ବୃଦ୍ଧି କରୁଥିବା ‌ବେଳେ ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କୁ ବହୁତ ବାଧୁଛି। ରୋଜଗାରରୁ ରନ୍ଧନ ଗ୍ୟାସ ପାଇଁ ଅଧିକା ଖର୍ଚ୍ଚ ଦେବାକୁ ପଡୁଛି। କେବଳ ଯେ ରନ୍ଧନ ଗ୍ୟାସ ନୁହେଁ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଏଥିସହ ଖାଉଟି ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ହେଉଥିବା ନେଇ କଂଗ୍ରେସ ନେତାମାନେ ପ୍ରକାଶ କରିଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଏଥିରେ କଂଗ୍ରେସ ନେତା ବିନୋଦ ମହାପାତ୍ର, ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, କୃଷ୍ଣ କୁଲଦୀପ, ବସନ୍ତ ନାୟକ, ଇଂ ନିହାର ରଞ୍ଜନ ବିଶୋୟୀ, ଦୁର୍ଗା ଶର୍ମା, ଅଜିତ୍ ସାନ୍ତ୍ରା, ରାମ ନୟକ, ଉଦୟ ପାଣିଗ୍ରାହୀ, ପିଲୁ ମହାପାତ୍ର, ଗୋପୀନାଥ ମହାନ୍ତି, ପ୍ରଣବ ନାୟକ, ଇଶୁ ବାବୁ, କୋରାପୁଟ ଏଟିୟୁସି ସଭାପତି ଭଗବାନ ବାହିନୀପତି, କୁନ୍ଦ୍ରା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା, ମମତା ଭଟ୍ଟ, ମମିତା ହରିଜନ, ଲକ୍ଷ୍ମୀ ମିନରବାଲିଆ, ନିରୁପମା ବିଡ଼ିକା, ଭବାନୀ ସାହୁ, ସଞ୍ଜୁ ନାୟକ, ଅନିତା ନାୟକ, ଜି ଅରୁଣା, ମଧୁସ୍ମିତା ଓରାମ, ମମତା ବିଶ୍ୱାଳ, ଟୁଲୁ ରଥ, ମମତା ବେହେରା, ଟୁଲୁ ରଥ, ଗଣେଶ ପାତ୍ର, ସଲମାନ ଖରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର