ରାୟଗଡା: ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇ ପଡିଛି। ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ସୁଧାରିବା ନେଇ ଅଂଚଳବାସୀ ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନଥିବା ନେଇ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପଦ୍ମପୁର ବ୍ଲକ ଯୁବ ବିକାଶ ପରିଷଦ ସଭାପତି ଘନଶ୍ୟାମ ସାମନ୍ତଙ୍କ ନେତୃତ୍ୱରେ ଅଞ୍ଚଳର ପାନୀୟ ଜଳ ସମସ୍ୟା ନେଇ ଆଜି ବ୍ଲକ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା। ପରିଷଦ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇ ତୁରନ୍ତ ପାନୀୟଜଳ ସମସ୍ୟା ସମାଧାନ କରାଯିବାକୁ ଦାବି କରାଯାଇ ବିଡ଼ିଓଙ୍କ ଜରିଆରେ ଏକ ଦାବି ସମ୍ବଳିତ ପତ୍ର ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା। ସିଂଗିପୁର, ବହୁପଦର, ଅଖୁସିଂହ ଭଳି ଅନେକ ଗ୍ରାମ ମାନଙ୍କର ପାମନୀୟ ଜଳ ସମସ୍ୟା ଉତ୍କଟ ହୋଇ ପଡିଛି।
ସମସ୍ୟାକୁ ନେଇ ଦୀର୍ଘ ଦୁଇବର୍ଷ ହେଲା ଦାବି କରାଯାଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଲୋକଙ୍କ ପାନୀୟ ଜଳ ଭଳି ମୌଳିକ ସମସ୍ୟା ସମାଧାନ କରିପାରୁନାହିଁ ବୋଲି ଅଭିଯୋଗ କରାଯାଇଛି। ଏଣୁ ଆଗାମୀ ୧ ଏପ୍ରିଲ ସୁଦ୍ଧା ପାନୀୟ ଜଳ ସମସ୍ୟା ସମାଧାନ ନ କଲେ ଏପ୍ରିଲ ୧୧ତାରିଖ ଠାରୁ ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣତାନ୍ତ୍ରିକ ପଦ୍ଧତିରେ ଅନଶନ କରାଯିବ ବୋଲି ଯୁବ ବିକାଶ ପରିଷଦ ଆବାହକ ଶିବାଜୀ ଦାଶ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଏଥିରେ ଜିଲ୍ଲା ସଭାପତି ଲିଙ୍ଗରାଜ ପ୍ରସାଦ ପଣ୍ଡା, ଦିବାକର ଗୌଡ଼, ରାୟଗଡ ନଗର ସଭାପତି ପ୍ରକାଶ ମିଶ୍ର, ଉପଦେଷ୍ଠା କୃଷ୍ଣ ଚନ୍ଦ୍ର ପୂଜାରୀ, କେଦାର ନାଥ ସାହୁ, ସବିତା ଶବର, ସଂଯୁକ୍ତା ଶବର, ଯମୁନା ବାର, ସତ୍ୟ ଶବର ମୋହନ ଶବର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Rgda-woter-problem-2.jpg)