ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଶିକ୍ଷକଙ୍କ ଧାରଣା

ଖୋର୍ଦ୍ଧା: ଆଜି ସୋମବାର ପୁଣିଥରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନ୍‌ର ନିଷ୍ପତ୍ତିକ୍ରମେ ଖୋର୍ଦ୍ଧା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ (ବିଇଓ) କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଆଜି ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି ଧାରଣାରେ ଖୋର୍ଦ୍ଧା ବ୍ଲକର ପ୍ରାୟ ୩ଶହରୁ ଉର୍ଦ୍ଧ୍ବ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଧାରଣାସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉପସ୍ଥିତ ଶିକ୍ଷକନେତା ମାନେ କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା, ଠିକା ସମୟକୁ ମୂଳ ଚାକରିରେ ଗଣତି କରିବା, କ୍ରୀଡ଼ା ଓକଳା ଶିକ୍ଷକଙ୍କୁ ନିୟମିତ କରବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଆଦି ଦାବିକୁ ଦୋହରାଇ ଥିଲେ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସଂଘର ବ୍ଲକ ସଭାପତି ଯୁଧିଷ୍ଠିର ସାହୁ ଓ ପିଷ୍ଟାର ରାଜ୍ୟଉପସଭାପତି ଅଗାଧୁ ସେଠୀ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅମୀୟ କୁମାର ପରିଡ଼ା, ପିଷ୍ଟାର ସଭାପତି ସ୍ବପ୍ନେଶ୍ବର ପ୍ରଧାନ, ପିଷ୍ଟାର ସମ୍ପାଦକ ମୃତ୍ୟୁଞ୍ଜୟ ମହାପାତ୍ର, ଏସ୍‌ କ୍ୟାଡର ସଭାପତି ପ୍ରସନ୍ନ କୁମାର ମହାପାତ୍ର, ଓଡ଼ିଶା କଳାକ୍ରୀଡ଼ା ସଂଘର ସଭାପତି ସତ୍ୟଜିତ ମହାନ୍ତି, ଦିବ୍ୟସିଂହ ସୁବୁଦ୍ଧି, ରବିନାରାୟଣ ପଣ୍ଡା, ମନୋଜ ଦାଶ, ପ୍ରକାଶ ମୁଦୁଲି, ବିପିନ ବେହେରା, ବଦ୍ରି ରଥ, ସତ୍ୟବ୍ରତ ଚମ୍ପତ୍ତିରାୟ, ବିଜୟଲକ୍ଷ୍ମୀ ପାଣି, କଳ୍ପନା ରାଉତ, ଶୁଭଲକ୍ଷ୍ମୀ ଦାସ, ସୁଦର୍ଶନ ବିଶ୍ବାଳ, ସରୋଜ କୁମାର ସାହୁ, ସୁଦୀପ୍ତା ପଟ୍ଟନାୟକ, ଜୟନ୍ତୀ ଦାସ, ଜ୍ୟୋର୍ତିମୟୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର