ଖୋର୍ଦ୍ଧା: ବାମପନ୍ଥୀ ଶ୍ରମିକ ସଂଗଠନ ସିଆଇଟିୟୁ(ସିଟୁ) ସହ ଅନୁବନ୍ଧିତ ଓଡ଼ିଶଶ ଆଶାକର୍ମୀ ଆସୋସିଏସନ୍ର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସୋମବାର ବିଭିନ୍ନ ଦାବି ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ସୋମବାର ମଧ୍ୟାହ୍ନରେ ଶତାଧିକ ଆଶାକର୍ମୀ ଓ ସିଟୁର ସ୍ଥାନୀୟ କର୍ମକର୍ତା ହାତରେ ବ୍ୟାନର, ପ୍ଲାକାର୍ଡ ଆଦି ଧରି ଖୋର୍ଦ୍ଧା ନୂଆବସ୍ଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମୀନାରାଣୀ ବେହେରା ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସଙ୍ଗଠନର ଉପସଭାପତି ସୁରେଶ ସ୍ବାଇଁ, ସିଟୁର ଜିଲ୍ଲା ସଙ୍ଗଠକ ଶୈଳେଶ ବଳିଆରସିଂହ, ଅନନ୍ତ ମଙ୍ଗରାଜ, ଆଶାକର୍ମୀ ସଙ୍ଗଠନର ସଂଯୁକ୍ତା ସେଠୀ, ବିଷ୍ଣୁପ୍ରିୟା ଖଟେଇ, ରଶ୍ମିତା ଚହଟରାୟ, ଦୀପାଳୀ ବଳିଆରସିଂହ, ମୀନାରାଣୀ ରାଉତରାୟ, ସବିତା ଦାସ, ରୀନା ସାହୁ, ସାରଙ୍ଗଧର ବେହେରା, ସାନୁଜ ବରାଳ, କିଶୋର ପରମଗୁରୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଦୀର୍ଘ ୧୭ ବର୍ଷ ପରେ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଶାକର୍ମୀଙ୍କୁ ଅଣଦେଖା କରୁଥିବା ନେଇସମାଲୋଚନା କରିଥିଲେ। ଆଶାକର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା, ସର୍ବନିମ୍ନ ୨୬ ହଜାର ଟଙ୍କା ଦରମା ଓ ୧୦ ହଜାର ଟଙ୍କା ପେନ୍ସନ, ଅବସରକାଳୀନ ସହାୟତା ୫ ଲକ୍ଷ ଟଙ୍କା ଆଦି ପ୍ରଦାନ କରିବାକୁ ଦାବି କରିଥିଲେ। ଏହାପରେ ଧାରଣାସ୍ଥଳ ନିକଟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ ପହଞ୍ଚି ସେମାନଙ୍କ ଦାବିକୁ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Odisha-Asha-karmi-sangha-ra-Bikhyobha-Khordha.jpeg)