ରାଇରଙ୍ଗପୁର: ପଛୁଆ ବର୍ଗ ସାମିଲରେ ଜାତିର ତାରତମ୍ୟ ନ ରହୁ ଅର୍ଥାତ୍ ପୁରାଣ ଓ ଭଞ୍ଜପୁରାଣ ଜାତିକୁ ସାମିଲ କରିବାକୁ ଭାରତୀୟ ମଜଦୁର ସଂଘ ତରଫରୁ ଦାବି ହୋଇଛି। ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ନିଗମାନନ୍ଦ ପଟ୍ଟନାୟକଙ୍କ ନେତୃତ୍ବରେ ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକର ଗ୍ରାମବାସୀ ସ୍ଥାନୀୟ ଉପଜିଲ୍ଲାପାଳ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, କିଛି ଲୋକ ପୁରାଣ ଜାତିର ଥିବାବେଳେ ଆଉ କିଛି ଲୋକ ଭଞ୍ଜ ପୁରାଣରେ ଅଛନ୍ତି କିନ୍ତୁ ଭଞ୍ଜ ପୁରାଣ ଜାତିର ଲୋକମାନେ ପଛୁଆବର୍ଗରେ ସାମିଲ ହୋଇ ପାରୁଥିବା ବେଳେ ପୁରାଣ ଜାତିର ଲୋକେ ପଛୁଆବର୍ଗରେ ସାମିଲ ହୋଇ ପାରୁ ନାହାଁନ୍ତି। ପୁରାଣ ଓ ଭଞ୍ଜପୁରାଣ ମାନେ ଗୋଟିଏ ଜାତିର। ବର୍ତ୍ତମାନ ପଛୁଆ ବର୍ଗ ସର୍ଭେ କାର୍ଯ୍ୟକ୍ରମ ଚାଲିଛି। ସେଥିରେ ଭଞ୍ଜପୁରାଣ ଓ ପୁରାଣ ଜାତି ମଧ୍ୟରେ ତାରତମ୍ୟ ଦେଖାଯାଉଛି।
ଯାହାଦ୍ବାରା ସରକାରୀ ସୁବିଧା ସୁଯୋଗ ସମସ୍ତ ଜାତି ଉପଯୁକ୍ତ ଭାବେ ପାଇ ପାରୁ ନାହାନ୍ତି ବୋଲି ଲୋକ ଅଭିଯୋଗ କରିଛନ୍ତି। ଦିଆଯାଉ ଏଣୁ ଜାତିଜାତି ମଧ୍ୟରେ ତାରତମ୍ୟ ନକରି ପୁରାଣ ଓ ଭଞ୍ଜପୁରାଣ ଜାତିକୁ ସମାନ ପରିମାଣରେ ସୁବିଧା ସୁଯୋଗ ବୋଲି ସଂଘ ଦାବି କରିଛି। ପରେ ବାମନଘାଟୀ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ଗ୍ରାମବାସୀ ମଧ୍ୟରେ ଲମ୍ବୋଦର ଧଳ, ମଧୁସ୍ତିତା ଧଳ, ଭାରତୀ ତୁଙ୍ଗ, ଆରତୀ ସିଂହ, ପାର୍ବତୀ ଧୀର, ପ୍ରତିଭା ପାଟବନ୍ଧା, ମଞ୍ଜୁଳତା ଦେଓ, ଦୁର୍ଗାମଣି ଦେଓ, ଛବିରାଣୀ ଧଳ, ସବିତା ଧଳ, ନୀଳାଦ୍ରି ତୁଙ୍ଗ, ଦିଗମ୍ବର ରାଜ, ଦୀନମଣି ଗୋପ ଓ ଅନ୍ୟମାନେ ଉପସ୍ଥିତ ଥଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/IMG-20230602-WA0219.jpg)