ରାଇରଙ୍ଗପୁର: କେନ୍ଦ୍ର ସରକାରଙ୍କ ୟୁନିଫର୍ମ ସିଭିଲ କୋଡ ଅର୍ଥାତ୍ ସମାନ ନାଗରିକ ସଂହିତା ଲାଗୁ କରୁଛନ୍ତି। ଯାହା ଆଦିବାସୀମାନଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପଡ଼ିବ। ସେମାନଙ୍କର ସଭ୍ୟତା, ସଂସ୍କୃତି ଉପରେ ପ୍ରଭାବ ପକାଇବ। ଆଦିବାସୀ ମାନଙ୍କର ଜଳ, ଜଙ୍ଗଲ ଓ ଜମି ମଧ୍ୟ ପ୍ରଭାବିତ ହେବ। ଆଦିବାସୀମାନେ ଶାନ୍ତିପ୍ରିୟ ମଣିଷ ତେଣୁ ଏହା ଲାଗୁ ହେବା ଫଳରେ ଆଗାମୀ ଦିନରେ ସେମାନେ ନିଜକୁ ଆତ୍ମଦାହ, ରାସ୍ତାରୋକ ଓ ବିରାଟ ଗଣ ଆନ୍ଦୋଳନ କରିବାକୁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏଣୁ ସେମାନେ ସରକାରଙ୍କୁ ବାର୍ତ୍ତା ଦେଇଛନ୍ତି ତାଙ୍କ ଶାନ୍ତିକୁ ଭଙ୍ଗ ନ କରନ୍ତୁ ନ ହେଲେ ସେମାନେ ବିଦ୍ରୋହ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଏ ବାବଦରେ ଶତାଧିକ ଆଦିବାସୀ ଭାଇ ଭଉଣୀ ବିରାଟ ଶୋଭାଯାତ୍ରାରେ ରାଇରଙ୍ଗପୁରସ୍ତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟାଳୟରୁ ବାହାରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ପରେ ଉପଜିଲ୍ଲାପାଳଙ୍କୁ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
ଏହି ମହାନ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ପ୍ରବକ୍ତା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସୁନୀଲ ମାଝୀ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଜେଏମଏମ ସାଲୁ କିସ୍କୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ, ସାଙ୍ଗଠନିକ ସମ୍ପାଦକ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କମିଟୀ ଧୀରେନ ମାର୍ଣ୍ଡି, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଉପସଭାପତି ମଦନ ମାର୍ଣ୍ଡି, ବାମନଘାଟୀ ସଂଖ୍ୟାଲଘୁ ସମ୍ପ୍ରଦାୟ ସଭାପତି ଏସ. କେ ଜିକରାନ୍, କୁସୁମୀ ବ୍ଲକ୍ ସଂଖ୍ୟାଲଘୁ ସମ୍ପ୍ରଦାୟ ସଭାପତି ଏସ. କେ ନାଜିର ହୁସେନ୍, ବହଳଦା ବ୍ଲକ ରମେଶ ବାଦରା, ସୁରେଶ ମୁର୍ମୁ, ସାଲଖନ୍ ମୁର୍ମୁ, ବାନ୍ତ। ବାସ୍କେ, ତିରିଂ ବ୍ଲକ ଦିଖୁ ମାର୍ଣ୍ଡି, ବିଜାତଳା ବ୍ଲକ୍ ବ୍ରଜମୋହନ ମୁର୍ମୁ, ସାଲଖାନ ମାଝୀ, ଜାମଦା ବ୍ଲକରୁ କିନିରାମ ଆଲଦା, ଫାଗୁ ବାସ୍କେ, ତଥା ଜେଏମଏମ କର୍ମୀ ଉଦୟନାଥ ସୋରେନ, ସୁନୀଲ ବାସ୍କେ, ଅଜୟ ମୁର୍ମୁ, ଲକ୍ଷ୍ମଣ ହାଁସଦାଃ, ପଦ୍ମଲୋଚନ ମୁର୍ମୁ ଓ ରବିନ୍ଦ୍ର ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବାମନଘାଟି ଉପଖଣ୍ଡ ସମେତ ରାଇରଙ୍ଗପୁର ସହରର ଶତାଧିକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକର୍ମୀ କାର୍ଯ୍ୟକ୍ରମରେ ସାମିଲ ଥିଲେ।