ରାୟଗଡା: ରାଷ୍ଟ୍ରୀୟ ଏକତା ପରିଷଦ ତରଫରୁ ସୋମବାର ରାୟଗଡା ରାସ୍ତାରୋକ କରାଯାଇଥିଲା। ସମାନ ନାଗରିକ ସଂହିତା ଓ ମଣିପୁରରେ ହିଂସାକୁ ନେଇ ପରିଷଦ ତରଫରୁ ସକାଳୁ ଦିନ ୧୨ଟା ପର୍ଯ୍ୟନ୍ତ ରାସ୍ତାରୋକ କରାଯାଇଥିଲା। କୌଣସି ଅଘଟଣକୁ ଏଡାଇବା ପାଇଁ ପୁଲିସ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରଯାଇଥିଲା।ସ୍ଥାନୀୟ କପିଳାସ ଛକ ନିକଟରେ ରାସ୍ତାକୁ ଜାମ କରାଯାଇଥିଲା। ଦୀର୍ଘ ସମୟ ଧରି ଲୋକେ ହିନସ୍ତା ହୋଇଥିଲେ।କେନ୍ଦ୍ର ସରକାର ସମାନ ନାଗିରିକ ସଂହିତା ଲାଗୁ କରିବାକୁ ଯାଉଥିବା ଯୋଗୁଁ ଏହାକୁ ବିରୋଧ କରାଯାଇଥିଲା।

Advertisment

ଏହା ହେଲେ ବିକାଶ ନାମରେ ଜଳ, ଜଙ୍ଗଲ ଓ ଜମିକୁ ଆଦିବାସୀକୁ ବିସ୍ଥାପନ କରାଯିବ। ତେଣୁ ଏହାକୁ ଘୋର ବିରୋଧ କରିବା ସହ ଆଜି ଦେଶବ୍ୟାପୀ ରାସ୍ତାରୋକ କରାଯାଇଥିଲା। ମଣିପୁର ରାଜ୍ୟରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଏବଂ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାକୁ ନିନ୍ଦା କରି ଏହି ରାସ୍ତାରୋକ କରାଯାଇଥିଲା।ର ସ୍ତାରୋକରେ ଏକତା ପରିଷଦର କର୍ମୀମାନେ ଉପସ୍ଥିତ ଥିଲେ।