ରାୟଗଡା: ରାୟଗଡା ଜେଲ କର୍ମଚାରୀଙ୍କ କଳାବ୍ୟାଜ ପରିଧାନ ପରେ ସୋମବାର ଠାରୁ ଆମରଣ ଅନଶନରେ ସମସ୍ତ କର୍ମଚାରୀ। କାରଣ ପୂରଣ ହେଲା ନାହିଁ ୫ ଦଫା ଦାବି। ଅଲ ଓଡିଶା ଜେଲ କର୍ମଚାରୀ ସଙ୍ଘ ଆହ୍ୱାନରେ ଚଳିତ ସେପ୍ଟେମ୍ବର ମାସ ୧୩ ରୁ ୨୪ ତାରିଖ ଯାଏଁ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ଦାବି ପୂରଣ ନ ନହେଲେ ୫ ସେପ୍ଟେମ୍ବରରୁ କଳାବ୍ୟାଚ ପରିଧାନ ସହ ସମସ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନ କରି ଶାନ୍ତି ଶୃଙ୍ଖଳାର ସହ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନା କରି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାରାଗାର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆନ୍ଦୋଳନରେ ବସି ରହିବୁ ବୋଲି ରାୟଗଡା ଉପ କାରାଗାର କର୍ମଚାରୀ ସଙ୍ଘ ସଭାପତି ସିମାଞ୍ଚଳ ସାହୁ ପ୍ରକାଶ କରିଥିଲେ।

Advertisment

ତେବେ ସୋମବାର ସକାଳୁ ପୂର୍ବନିର୍ଧାରିତ ସମୟ ଅନୁଯାୟୀ ଆମରଣ ଅନଶନ ଆରମ୍ଭ କରି ଦେଇଛନ୍ତି। ପ୍ରକାଶ ଥ‌ାଉ କି, ଜେଲ କର୍ମଚାରୀମାନେ କରିଥିବା ଦାବି ଗୁଡିକ ମଧ୍ୟରୁ କାରାରକ୍ଷୀ ଗ୍ରେଡ଼ ପେ ୨ହଜାର ଟଙ୍କା ଏବଂ ମୁଖ୍ୟ କାରାରକ୍ଷୀଙ୍କ ୨୪ଶହ ଟଙ୍କାକୁ ବୃଦ୍ଧି କରିବା, ବରିଷ୍ଠତା ଭିତ୍ତିକ ପୁରୁଣା ପଦବି ପଦନ୍ନୋତି ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନ ହେବା ନିୟମ ବନ୍ଦ କରିବା, ଖାଦ୍ୟ ଭତ୍ତା ୪ଶହ ଟଙ୍କାରୁ ୧୪ ଟଙ୍କାକୁ ବୃଦ୍ଧି କରିବା ଏବଂ ନୂତନ ବେତନ କମିସନ-୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ପ୍ରଦାନ କରିବା ଭଳି ପାଞ୍ଚ ଦଫା ଦାବି ରହିଛି।ତେବେ ରାୟଗଡା ଜିଲ୍ଲାର ରାୟଗଡା ସମେତ ବିଷମକଟକ ଏବଂ ଗୁଣୁପୁର ଜେଲ କର୍ମଚାରୀ ମାନେ ଏହି ଅନଶନରେ ବସିଥିବା ଦେଖିବାକୁ ମିଳିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସରକରା ତୁରନ୍ତ ଏନେଇ ପଦକ୍ଷେପ ନ ନେଲେ କର୍ମଚରୀ ବହୁ ସମସ୍ୟାର ସମ୍ମୁଖୀନ ହେବେ ବୋଲି କୁହାଯାଇଛି।