ବାରିପଦା: ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ନିମନ୍ତେ ଅଭିନବ ପନ୍ଥା ଅବଲମ୍ବନ କରୁଛି ଅଗ୍ରଣୀ ସାମାଜିକ ସଂଗଠନ ଭଞ୍ଜସେନା। ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତଭୂମିର ବିକାଶ ପାଇଁ ନିର୍ବାଚିତ ଜନପ୍ରତିନିଧି ବିଶେଷ ଧ୍ୟାନ ଦେଉନଥିବା ଅଭିଯୋଗ କରି ବିଧାୟକ ଏବଂ ସାଂସଦଙ୍କ ବାସଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାର ଉପାୟ ଅବଲମ୍ବନ କରିଛି ସଂଗଠନ। ଏନେଇ ୨ୟ ଦଫାରେ ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ ଏବଂ ମୋରଡ଼ା ବିଧାୟକ ରାଜ କିଶୋର ଦାସଙ୍କ ବାରିପଦାସ୍ଥିତ ବାସଭବନ ସାମ୍ନାରେ ଚଳିତ ମାସ ୧୩ ତାରିଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବାନେଇ ସଂଗଠନର ଜିଲ୍ଲାସଭାପତି ପିଣ୍ଟୁ ମାଇତି ପ୍ରକାଶ କରିଛନ୍ତି।
ପ୍ରଥମ ଦଫାରେ ବାରିପଦା ଓ ରାଇରଙ୍ଗପୁର ବିଧାୟକଙ୍କ ବାସଭବନ ଆଗରେ ଧାରଣା ଦିଆଯିବାକୁ ଆହ୍ବାନ ଦିଆଯାଇଥିଲା। ମାତ୍ର ଉଭୟ ବିଧାୟକ ସଂଗଠନର ଦାବିରେ ନିଜର ସମ୍ମତି ପ୍ରକାଶ କରିଥିଲେ। ତେଣୁ ଏହାକୁ ପ୍ରତ୍ୟାହାର କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ସାଙ୍ଗକୁ ଡାକ୍ତର, କର୍ମଚାରୀ ଆଦି ଅଭାବ ବିରୋଧରେ ଭଞ୍ଜସେନା ଆନ୍ଦୋଳନ ଚଳାଇଆସୁଥିବା ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Pandit-Raghunath-Murmu-Medical-College-and-Hospital-Baripada.jpg)