ରାସ୍ତାରେ ବାଡ଼ ପକାଇ କାଣ୍ଡି ସାହି ବାସିନ୍ଦାଙ୍କ ପ୍ରତିବାଦ

ଧଉଳି: ଶାନ୍ତିସ୍ତୂପ ପରିସର ଧଉଳି ଅଞ୍ଚଳରେ ଏବେ ବିଲଡରଙ୍କୁ ସରକାରୀ ଜମି ଜବରଦଖଲ ଚିନ୍ତା ଘାରିଛି । ସ୍ଥାନୀୟ କାଣ୍ଡିସାହି ଅଞ୍ଚଳରେ ଥିବା ଅନାବାଦି , ଗୋଚର ଓ ଶ୍ମଶାନ କିସମର ଜମି ମଧ୍ୟ ଜବରଦଖଲରୁ ବାଦ ପଡ଼ୁନି । ଖୋଲାମେଲା ପଡ଼ିଥିବା କାଣ୍ଡିସାହି ବାସିନ୍ଦା ଯାତାୟତ ଯାତାୟତ ପାଇଁ ବ୍ୟବହାର କରୁଥିବା ସରକାରୀ ଜମି ବିଲଡର କରାୟତ କରି ନେଇଥିବା ଅଭିଯୋଗ ହେଉଛି । ଫଳରେ ଗ୍ରାମବାସୀମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଜବରଦଖଲ ସଂପର୍କରେ ସେମାନେ ସ୍ଥାନୀୟ ସରପଞ୍ଚ ଓ ତହସିଲଦାରଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ହେଲେ ଦାୟିତ୍ବରେ ଥିବା ପଞ୍ଚାୟତ ପ୍ରତିନିଧି ଓ ତହସିଲଦାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଏହାର ପ୍ରତିବାଦରେ କାଣ୍ଡିସାହି ବାସିନ୍ଦା ରାସ୍ତାରେ ବାଉଁଶ ଓ ଭଙ୍ଗା ବିଦ୍ୟୁତ ଖୁଣ୍ଟ ପକାଇ ବିଲଡରଙ୍କ ବିରୋଧରେ ସ୍ବର ଉଠାଇଛନ୍ତି । ବିଲଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି ଉପସ୍ଥାପନ କରିଛନ୍ତି ।

ସମ୍ବନ୍ଧିତ ଖବର