ମୟୂରଭଞ୍ଜ ଟ୍ୟାକ୍ସ ପ୍ରାକ୍ଟିସନର ଆସୋସିଏସନ ପକ୍ଷରୁ ବାରିପଦାରେ ବିକ୍ଷୋଭ ପ୍ରଦର୍ଶନ

ବାରିପଦା: ପଶ୍ଚିମ ମହାରାଷ୍ଟ୍ର ଟ୍ୟାକ୍ସ ପ୍ରାକ୍ଟିସନର ଆସୋସିଏସନ ଆହ୍ୱାନ କ୍ରମେ ସର୍ବ ଭାରତୀୟ ସ୍ତରରେ ଜିଏସଟି ଓ ଇନକମ ଟ୍ୟାକ୍ସର ପ୍ରତିବାଦରେ ମୟୂରଭଞ୍ଜ ଟ୍ୟାକ୍ସ ପ୍ରାକଟିସନର ଆସୋସିଏସନ ପକ୍ଷରୁ ବାରିପଦା ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବା କର ପ୍ରବର୍ତ୍ତନ ୟୁନିଟ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦିଆଯାଇଥିଲା ।

ମୟୂରଭଞ୍ଜ ଟ୍ୟାକ୍ସ୍ ବାର ଆସୋସିଏସନ ଏବଂ ବାରିପଦା ବ୍ୟବସାୟୀ ସଂଘର ମିଳିତ ଉଦ୍ୟମରେ ଜିଏସ୍ଟି ଓ ଇନକମ ଟ୍ୟାକ୍ସ ନିୟମକୁ ସରଳୀକରଣ କରାଯିବା ସହ ଟିକସ ପରାମର୍ଶଦାତାମାନଙ୍କ ପାଇଁ ସରକାର ସକରାତ୍ମକ ମନୋଭାବ ଆପଣେଇବା ଆଦି ବିଭିନ୍ନ ବିଷୟରେ ଉଭୟ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟମାନେ କଳାବ୍ୟାଚ ପରିଧାନ ପୂର୍ବକ ମୟୂରଭଞ୍ଜ ସିଟି ଏବଂ ଜିଏସଟି, ଜିଏସଟି ଓ ସେଣ୍ଟ୍ରାଲ୍ ଏକ୍ସାଇଜ ଓ ଆୟକର କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଉକ୍ତ ଧାରଣାରେ ମୟୂରଭଞ୍ଜ ଟେକ୍ସ ବାର ଆସୋସିଏସନର ସଭାପତି ଅନ୍ତର୍ଯ୍ୟାମୀ ସାହୁ, ସମ୍ପାଦକ ବୀରେନ୍ଦ୍ର ନାଥ ସାହୁ, ସହସମ୍ପାଦକ ତଥା ଆଇନଜୀବୀ ପ୍ରକାଶ ଚନ୍ଦ୍ର ସାହୁ, ସଦସ୍ୟ ସରୋଜ ଶତପଥୀ, ଶୁଧେନ୍ଦୁ ରାୟ, ମନୋରଞ୍ଜନ ସାହୁ, ସୌରଜ କୁମାର ମହାନ୍ତି ବ୍ୟବସାୟୀ ସଂଘ ସଭାପତି ଅମିତାଭ ସାହୁ, କାର୍ଯ୍ୟକାରୀ ସଭାପତି ସୁନିତ୍ ପୁରୀ, ସମ୍ପାଦକ ସରୋଜ ବୋଷ, ଯୋଗେଶ ଅଗ୍ରୱାଲା, ଅକ୍ଷୟ ଅଗ୍ରୱାଲା, ଜୟନ୍ତ କୁମାର ଦୁଗାର, ମହେନ୍ଦ୍ର କୁମାର ରାବତ, ସଞ୍ଜୟ କୁମାର ରାମ, ଶଙ୍କର୍ଷଣ ସାହୁ, ବାବୁଲାଲ ଭଟ୍ଟର, ଉପସଭାପତି ଦେବଦତ୍ତ ମହାନ୍ତି ଓ ଜୟନ୍ତ ମହାନ୍ତି, ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର