ଜୟପୁର: ଜୟପୁର ତହସିଲ ଅର୍ନ୍ତଗତ କଙ୍ଗାଠାରେ ଆନ୍ଧ୍ରପ୍ରଦେଶର ଲଷ୍ମୀ ପାୱାର ଇଣ୍ଟରପ୍ରାଇଜେସ୍ କଂପାନୀ ଦ୍ବାରା ଆରମ୍ଭ କରିବାକୁ ଥିବା ଗୋଳାବାରୁଦ ଗୋଦାମ ଗୃହ ସ୍ଥାପନ ଜନଶୁଣାଣିରେ କଂଙ୍ଗା ପଂଚାୟତବାସୀ ବିରୋଧ କରିଛନ୍ତି।

Advertisment

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଲକ୍ଷ୍ମୀ ପାୱାର ଏଣ୍ଟରପ୍ରାଇଜେସ୍ ନାମକ ଏକ କମ୍ପାନୀ ଜୟପୁର ବ୍ଲକ କଙ୍ଗା ଗାଁରେ ବାରୁଦ ଗୋଦାମ କରିବା ନେଇ କୋରାପୁଟ ଜିଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଜି ଜୟପୁର ତହସିଲଦାର ଡ.ମୋନାଲିସା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ କଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ସରପଂଚ, ବରିଷ୍ଠ ରାଜସ୍ବ ପରିଦର୍ଶକ ହରିହର ଶତପଥୀ ଗ୍ରାମବାସୀ, କଂପାନୀର କର୍ମଚାରୀ ଆଦି ଭାଗ ନେଇଥିଲେ। ଏହା ସ୍ଥାପନ ହେବା ଦ୍ବାରା ୧୦ଖଣ୍ଡ ଗାଁ ପ୍ରଭାବିତ ହେବ। ରାସ୍ତା ପାର୍ଶ୍ବରେ ଏହି ଗୋଦାମ ଘର ରହିବା ଫଳରେ ଅଘଟଣକୁ ଆମନ୍ତ୍ରଣ ଦେବା ଭଳି ହେବ । ତେଣୁ ଏଠାରେ ନ କରିବାକୁ ଗ୍ରାମବାସୀମାନେ ପ୍ରଶାସନକୁ ଘେରି ଦାବି ଜଣାଇଥିଲେ। ତହସିଲଦାର ଏ ନେଇ ଜିଲ୍ଲାପାଳଙ୍କୁ ଅବଗତ କରିବେ ବୋଲି କହିଛନ୍ତି।