ଭଦ୍ରକ: ଭଦ୍ରକରେ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ବଜେଟକୁ ପ୍ରତିବାଦ କରିବା ସହ ବନ୍ତ ଛକ ବସଷ୍ଟାଣ୍ଡଠାରେ ମହିଳାମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଏକ ପ୍ରତିବାଦ ସଭା ଜିଲ୍ଲା ସଭାପତି ପ୍ରଭାତୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା | ସେଥିରେ ବକ୍ତା ଭାବେ ରାଜ୍ୟ ସମ୍ପାଦିକା ଶୁରଜିତା ନାୟକ, ମମତା ଜେନା, ଶିଖା ମହାପାତ୍ର, ରୋଜାଲିନ ସାମ୍ୟବାଦ, ସୁମତି ନାୟକ, କାମିନୀ ନାୟକ, ସବିତା ନାୟକ, ବାସନ୍ତୀ ବେହେରା, ମିନୁ ମହାପାତ୍ର ବକ୍ତବ୍ୟ ପ୍ରଦାନ ଦେବା ସହିତ କେନ୍ଦ୍ର ସରକାରଙ୍କ ଜନବିରୋଧୀ ବଜେଟ ଆଣିଥିବାର କହିଥିଲେ | ସେହିପରି ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟାକୁ ଉତ୍କଟ କରିବା ସହ ଶିକ୍ଷା, ସ୍ବାସ୍ଥ୍ୟ ଏବଂ କୃଷିରେ ସଙ୍କଟ ସୃଷ୍ଟି କରିଥିବାରୁ ଏହି ବଜେଟକୁ ପ୍ରତିବାଦ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ |
ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଭଦ୍ରକରେ ବଜେଟକୁ ନେଇ ପ୍ରତିବାଦ
/sambad/media/post_attachments/wp-content/uploads/2023/02/IMG-20230220-WA0006.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)