ଦୁର୍ଗମ ଅଞ୍ଚଳରୁ ସ୍କୁଲ ଉଠିଯିବା ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ ,ଛାତ୍ରଛାତ୍ରୀ ରାସ୍ତା ଉପରେ ପଢିଲେ ପାଠ

କାମାକ୍ଷାନଗର: ସରକାରଙ୍କ ଅନୁମତିରେ ଯେଉଁ ସ୍କୁଲରେ ୧୫ ରୁ ୨୦ ଜଣ ପିଲା ପାଠ ପଢୁଥିବେ ସେହି ସ୍କୁଲ ଉଠିଯାଇ ଅନ୍ୟ ସ୍କୁଲରେ ମିଶିଯିବ । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯଦି ସ୍କୁଲଟି ଦୁର୍ଗମ ଅଞ୍ଚଳରେ ଥିବ ଓ ପିଲାଙ୍କ ପାଠପଢା ପାଇଁ ଯାତାୟତରେ ବାଧା ଉପୁଜୁଥିବ ତାହେଲେ ସେହି ସ୍କୁଲରେ ୧୫ ରୁ ୨୦ ପିଲା ପାଠ ପଢ଼ିଲେ ମଧ୍ୟ ସ୍କୁଲ ଉଠିବ ନାହିଁ ।

କିନ୍ତୁ ଏହି ନିର୍ଦ୍ଦେଶର ଖୋଲାଖୋଲି ଉଲ୍ଲଙ୍ଘନ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ଆଖୁଆପଳା ପଞ୍ଚାୟତର ମୋହନପଶି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି | ଏଠାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ହେଉନାହିଁ ଯାହାକୁ ନେଇ ଆଜି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅଭିନବ ଢଙ୍ଗରେ ୧୪୯ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

ଅଣ୍ଡା, ଚାଉଳ, ଖାତା ବହି ଧରି ରାସ୍ତାରେ ପାଠ ପଢିବା ସାଙ୍ଗକୁ ଅଭିନବ ଢଙ୍ଗରେ ରାଜପଥ ଅବରୋଧ କରିଛନ୍ତି ।ଏହି ଖବର ବିଷୟରେ ବ୍ଲକ ଶିକ୍ଷା ଅଧିକାରୀ କହିଲେ ବିଦ୍ୟାଳୟ ନଉଠିବା ପାଇଁ ସରକାରଙ୍କୁ ଜଣାଇ ଦିଆଯାଇଛି ଖୁବ ଶୀଘ୍ର ଏହାର ସମାଧାନ ହୋଇଯିବ ।

ସମ୍ବନ୍ଧିତ ଖବର