ଓବିସି ସରଂକ୍ଷଣ ଦାବି କରି ବିଜେପିର ଗଣ ବିକ୍ଷୋଭ ଓ ପ୍ରତିବାଦସଭା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା

ଭଦ୍ରକ: ଓବିସି ସରଂକ୍ଷଣ ଦାବିରେ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ବିଜେପି କର୍ମୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଉତ୍ତ୍ୟକ୍ତ କର୍ମୀମାନେ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଫାଟକ ଭାଙ୍ଗି ଅଫିସ ଭିତରକୁ ଧସେଇ ପଶିଥିଲେ। ଅଫିସ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଅଫିସ ବାହାରେ ଥିବା ଜିଲ୍ଲାପାଳଙ୍କର କାରର ନେମପ୍ଲେଟକୁ ଭାଙ୍ଗି ଦେଇଥିଲେ।

ସେହିପରି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ପରିସରରେ ବି‌ଭିନ୍ନ ସରକାରୀ ଯୋଜନାର ହୋଡ଼ିଂକୁ ଭାଙ୍ଗି ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ‌ଫଟୋ ଲଗାଯାଇଥିବା ହୋଡ଼ିଂକୁ ମଧ୍ୟ ଚିରି ପକାଇଥିଲେ। ଉତ୍ତ୍ୟକ୍ତ ବିଜେପି କର୍ମୀଙ୍କ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପୁଲିସ ସହ କିଛି ସମୟ ପାଇଁ ବିଜେପି କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା। ଓବିସି ସରଂକ୍ଷଣ ଦାବି ଓ ଜିଲ୍ଲାରେ ଶାସକ ଦଳର ହାତ ବାରିଶ ସାଜି ପ୍ରଶାସନ ଚଞ୍ଚକତା କରି ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଂକ୍ଷଣ ତାଲିକା ମନମୁଖୀ ଭାବେ କରିଥିବାରୁ ଏଭଳି ତ୍ରୁଟିପୂର୍ଣ୍ଣ ଓ ଚଞ୍ଚକାତପୂର୍ଣ୍ଣ ସରଂକ୍ଷଣ ତାଲିକା ପ୍ରକାଶ କରିଥିବାରୁ ବିଜେପିର ଆଜି ଏହାର ପ୍ରତିବାଦ କରିବା ବେଳେ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ସ୍ଥିତି କରିଥିଲା। ବିଜେପିର ଏଭଳି ତାତି ଭଦ୍ରକ ଜିଲ୍ଲ‌ାରେ ରାଜନ‌ୈତି ଉଷ୍କତା ସୃଷ୍ଟି କରିଛି।

ପ୍ରକାଶ ଥାଉକି, ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ଆସନ ସରଂକ୍ଷିତ ନକରି ରାଜ୍ୟ ସରକାର ଅତି ତ୍ରୁଟିପୂର୍ଣ୍ଣ ଓ ଚଞ୍ଚକତା କରି ସରଂକ୍ଷଣ ତାଲିକା ପ୍ରକାଶ କରିଥିବାରୁ ଏହାକୁ ନେଇ ବହୁ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆଜି ଭଦ୍ରକ ଜିଲ୍ଲାର ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲା। ଦିନ ୧୧ ଟା ପରେ ସ୍ଥାନୀୟ ଗାନ୍ଧୀ ପଡିଆରୁ ଏକ ବିଶାଳ ଶୋଭାଯାତ୍ରା ଭଦ୍ରକ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୋଭାଯାତ୍ରା ପହଞ୍ଚିଥିଲା। ଶୋଭାଯାତ୍ରା ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯାଇଥିଲା।

Sambad

ଏହି ପ୍ରତିବାଦ ସଭାରେ ବିରିଷ୍ଠ ବିଜେପି ନେତା, ଧାମନଗରର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଯୋଗଦେଇ ରାଜ୍ୟ ସରକାର ଓବିସି ମାରଣ ନୀତିରେ ରହିଥିବା ବେଳେ ତ୍ରୁଟିପୂର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନର ସରଂକ୍ଷଣ ତାଲିକା ପ୍ରକାଶ କରିଛି ବୋଲି ଅଭିଯୋଗ ଉଠାଇଥିଲେ। ଏଭଳି ସରଂକ୍ଷଣ ତାଲିକା ପ୍ରକାଶକୁ ବିଜେପି ବିରୋଧ କରୁଛି। ଶାସନ କ୍ଷମତାରେ ରହି ନବୀନ ସରକାର ଗଣତନ୍ତ୍ର ବ୍ୟବସ୍ଥାକୁ ପ୍ରତି ମୂହୂର୍ତ୍ତରେ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ସେଠୀ ପ୍ରତିବାଦ ସଭାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେହିପରି ଏହି ସଭାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଯୋଗଦେଇ ନିଜ ପ୍ରତିକ୍ରିୟାରେ କହିଲେ, ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚଞ୍ଚକତା କରି ତ୍ରୁଟିପୂର୍ଣ୍ଣ ଭାବେ ଆସନ ସରଂକ୍ଷଣ କରିଥିବାରୁ ଏହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ଏଭଳି ସରଂକ୍ଷଣ ନୀତିକୁ ବିରୋଧ କରି ଆଜି ଏଭଳି ପ୍ରତିବାଦ ସଭା କରିଛି।

ପ୍ରତିବାଦ ସଭାରେ ରାଜ୍ୟ ଓବସି ସେଲର ଅଧ୍ୟକ୍ଷ ସୁରଥ ବିଶ୍ବାଳ, ବିଜେପି ନେତା ଅଭିମନ୍ୟୁ ସେଠୀ, ଡଃ. ପ୍ରଦୀପ ନାୟକ, ବଦ୍ରୀନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ, ମନସ୍ମିତା ଖୁଣ୍ଟିଆ, ବିଜେପିର ଜିଲ୍ଲା ସଭାପତି ହେମନ୍ତ ପାଢୀ, ଜିଲ୍ଲା ସାଧାରଣ ସଂପାଦକ ଶଶିକାନ୍ତ ବିଶ୍ବାଳ, ଜିଲ୍ଲା ଉପସଭାପତି ଶ୍ରୀ ହର୍ଷ ସ୍ବାଇଁ, ଉଦୟ ନାରାୟଣ ମଲ୍ଲିକ, କମଳାକାନ୍ତ ସୂତାର, ଚର୍ତୁଭୁଜ ନାୟକ, ଜଗନ୍ନାଥ ଦାସ, ରଞ୍ଜିତା ସ୍ବାଇଁ, ପଙ୍କଜିନି ଲେଙ୍କା, ଯୁବମୋର୍ଚ୍ଚାର ରାଜ୍ୟ ମିଡିଆ ସେଲର ସଂଯୋଜକ ସୂରଜ ସୂର୍ଯ୍ୟବଂଶୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦେବାଂଶୁ ରାଉତ, ବୈକୁଣ୍ଠ ସାହୁ, ବୁଦ୍ଧଦେବ ଜେନା, ସୁରେଶ ସାମଲ, ରଘୁନାଥ ପାତ୍ର, ଦୁର୍ଗା ଚରଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର