ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ପକ୍ଷରୁ ଇଏସ୍ଆଇସି ମଡେଲ ହସ୍ପିଟାଲ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭରେ କର୍ମକର୍ତ୍ତା କହିଲେ, ଗତ ଅପ୍ରେଲ ୨୮ ତାରିଖରେ ତାରିଖ ୨୦୨୩ରେ ଇଏସ୍ଆଇସି ମୁଖ୍ୟ କାର୍ଯ୍ୟାଳୟ ଉପ-ଚିକିତ୍ସା ଆୟୁକ୍ତ ଡା. ରେଶ୍ମା ଶର୍ମା କର୍ମଚାରୀ ରାଜ୍ୟ ବୀମା ନିଗମ ଚିକିତ୍ସାଳୟରେ ସମସ୍ତ ସେକେଣ୍ଡାରୀ କେୟାର ଟ୍ରିଟ୍ମେଣ୍ଟ ଓ ସୁପର ସ୍ପେସିଆଲିଷ୍ଟ୍ର ଉନ୍ନତିକରଣ ପାଇଁ ଯେଉଁ ନିର୍ଦ୍ଦେଶନାମା ଦେଇଛନ୍ତି, ତାହା ରାଉରକେଲା ଇଏସ୍ଆଇସି ମଡେଲ ହସ୍ପିଟାଲ ପାଇଁ ପ୍ରଜୂଯ୍ୟ ନୁହେଁ।
କାରଣ, ଦେଶର ଅନ୍ୟାନ୍ୟ ଇଏସ୍ଆଇସି ମଡେଲ ହସ୍ପିଟାଲ ମେଡିକାଲ କଲେଜରେ ରୂପାନ୍ତରିତ ହୋଇଥିଲେ ମଧ୍ୟ ଏଠାରେ କେବଳ ଅସ୍ଥି-ଶଲ୍ୟ, ଅସ୍ତ୍ରୋପଚାର, ମେଡିସିନ୍(ଔଷଧ), ସ୍ତ୍ରୀ ଓ ପ୍ରସୁତୀ ବିଭାଗରେ ଚିକିତ୍ସା ଉପଲବ୍ଧ। ଅନ୍ୟ ସବୁ ବିଭାଗ ନ ଥିବାରୁ ହିତାଧିକାରୀ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏହି ନିର୍ଦ୍ଦେଶାନାମା ଏଠାରେ ଲାଗୁ କରାନଯିବାକୁ ଦାବି ହୋଇଛି। ବିକ୍ଷୋଭ ପ୍ରଦର୍ଶନବେଳେ ସଂଗଠନର ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି, ଓଡିଶା ମେଡିକାଲ କର୍ମଚାରୀ ସଂଘର ଉପଦେଷ୍ଟା ଦେବେନ୍ଦ୍ରନାଥ ଆଚାର୍ଯ୍ୟ, ସୁବାଷ ପାଣିଗ୍ରାହୀ, ମହେଶ୍ୱର ମହାପାତ୍ର, ଆଦିତ୍ୟ ମହାପାତ୍ର, ଆଦିତ୍ୟ ସାମଲ, ନଟବର ପାତ୍ର, ପ୍ରଶାନ୍ତ ବିଶୋଇ, ଅମିତାଭ ଦାସ, ଜୀତେନ୍ଦ୍ର ମଲ୍ଲିକ, ରବୀନ୍ଦ୍ର ଭୂୟାଁ, ରାଜୁ ବିଭାର, ବିଜୟ ମହାନ୍ତି, ହରିନାରାୟଣ ଶାହା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/18-8.jpg)