ଅଣ୍ଡା ଦର ବୃଦ୍ଧି ଓ ସମନ୍ୱୟ ରକ୍ଷା ପ୍ରତିବାଦରେ ଅଣ୍ଡା ଉତ୍ପାଦକଙ୍କ ଧାରଣା

ଖୋର୍ଦ୍ଧା: କୁକୁଡ଼ା ଅଣ୍ଡା ଉତ୍ପାଦନ ପାଇଁ ଯେତିକି ଖର୍ଚ୍ଚ ହେଉଛି, ସେ ଅନୁସାରେ ଏହାର ଦର ଧାର୍ଯ୍ୟ ହେଉନାହିଁ। ଫଳରେ ଅଣ୍ଡା ଉତ୍ପାଦନ କରୁଥିବା ବ୍ୟବସାୟୀ ମାନେ ଲକ୍ଷାଧିକ ଟଙ୍କା କ୍ଷତି ସହୁଛନ୍ତି। ଏଣୁ ଅଣ୍ଡାର ଦରବୃଦ୍ଧି ସହ ସମଗ୍ର ଦେଶରେ ଏକ ସମନ୍ୱୟ ଦର ରକ୍ଷା କରିବା ଦାବିରେ ଆଜି ଅଲ୍ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ୍ ପକ୍ଷରୁ ଧାରଣା ଦିଆଯାଇଛି। ସ୍ଥାନୀୟ ୧୬ ନମ୍ବର ଜାତୀୟ ରାଜପଥର ଗଙ୍ଗପଡ଼ା ନିକଟରେ ଆଜି ଅନୁଷ୍ଠିତ ଏହି ଧାରଣାରେ ଖୋର୍ଦ୍ଧା ଜିଲ୍ଳାର ବିଭିନ୍ନ ଅଂଚଳରୁ କୁକୁଡ଼ା ଅଣ୍ଡା ଉତ୍ପାଦକମାନେ ଆସି ଯୋଗ ଦେଇଥିଲେ। ଧାରଣା ସମ୍ପର୍କରେ ଅଲ୍ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ୍ର ସମ୍ପାଦକଙ୍କ କହିବା କଥା ହେଲା, ଗୋଟିଏ ଅଣ୍ଡାର ଉତ୍ପାଦନ ପାଇଁ ୪ଟଙ୍କା ୬୦ରୁ ୫ଟଙ୍କା ମଧ୍ୟରେ ଖର୍ଚ୍ଚ ହେଉଛି।

କିନ୍ତୁ ନ୍ୟାସନାଲ୍ ଏଗ୍ କୋର୍ଡିନେସନ୍ କମିଟି (ଏନ୍ଇସିସି)ର ଧାର୍ଯ୍ୟ ମୂଲ୍ୟ ହିସାବରେ ଏହାକୁ ୩ଟଙ୍କା ୫୦ରୁ ଏହାକୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେମାନେ ପ୍ରତି ଅଣ୍ଡାପିଛା ପ୍ରାୟ ଦେଢ଼ ଟଙ୍କା କ୍ଷତି ସହୁଛନ୍ତି। ଏନେଇ ସେମାନେ ବହୁ ପୂର୍ବରୁ ଅନେକ ଥର ସରକାରଙ୍କୁ ଦାବି ଜଣାଇଛନ୍ତି, କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଣୁ ସେମାନଙ୍କ ଦାବି ପୂରଣ ହେବା ଯାଏଁ ସେମାନେ ଧାରଣା ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର